ଅର୍ଚ୍ଚନା ନାଗ ପ୍ରସଙ୍ଗ ଏକ ବଡ଼ ସେକ୍ସ ସ୍କାଣ୍ଡଲ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଅଭିଯୋଗ

ଭୁବନେଶ୍ୱର(କେନ୍ୟୁଜ୍): ଅର୍ଚ୍ଚନା ନାଗ ପ୍ରସଙ୍ଗ ଏକ ବଡ଼ ସେକ୍ସ ସ୍କାଣ୍ଡଲ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଅଭିଯୋଗ କରିଛନ୍ତି, ଏଥିରେ ଆର୍ଥିକ ଅପରାଧ କାରବାର ହୋଇଛି । ଶାସକ ଦଳର କିଛି ନେତାଙ୍କ ଏଥିରେ ସମ୍ପୃକ୍ତି ରହିଛି । ତାଙ୍କ ମେଲ ଆଇଡିରୁ ୬୪ ଜଣଙ୍କ ଫଟୋ ମିଳିଛି ।
୫ଟି ଡ଼ାଏରି, ୪ଟି ଲାପଟପ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। କିନ୍ତୁ ଅପରାଧୀକୁ ଖସେଇ ଦେବାକୁ ଉଦ୍ୟମ ହେଉଛି। ନାଗ ଦମ୍ପତିଙ୍କର ଟେଣ୍ଡର ଫିକ୍ସିଂ, ଠିକାଦାରୀ, ଭଳି କାମରେ ମଧ୍ୟ ତାଙ୍କର ହାତ ଥିଲା । ସରକାରୀ କଳରେ ତାଙ୍କର ଲମ୍ବା ହାତ ରହିଥିଲା।
ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ଏତଲାରେ ସମସ୍ତ ନାଁ ଉଲେଖ କରିଥିଲେ ବି କାହିଁକି ଜଗବନ୍ଧୁଙ୍କୁ ଖାଲି ପଚାରି କି ଛାଡିଦିଆଗଲା। ପ୍ରମାଣ ନଷ୍ଟ ପାଇଁ ଜଗବନ୍ଧୁକୁ ଛାଡି ଦିଆଯାଇଥିଲା କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ।