ଭାରସାମ୍ୟ ହରାଇ ଓଲଟିଲା ଅଟୋ: ଜଣେ ମହିଳା ଶ୍ରମିକ ମୃତ, ୧୭ଆହତ, ୩ ଗୁରୁତର

ରାୟଗଡ଼ା (କେନ୍ୟୁଜ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଘଟଣା ସ୍ଥଳରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ । ଏହି ଦୁର୍ଘଟଣାରେ ୧୭ ଶ୍ରମିକ ଆହତ ଥିଲାବେଳେ ୩ ଗୁରୁତର ଅଛନ୍ତି। ସମସ୍ତଙ୍କୁ ରାୟଗଡ଼ା ଜିଲ୍ଲା ମେଡିକାଲ ରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଅଟୋରେ ୧୮ ଜଣ ମହିଳା ଶ୍ରମିକ ଗୁମ୍ମା ଓ କିଆପାଡୁ ଗାଁରୁ କାମ କରିବା ପାଇଁ ରାୟଗଡ଼ା ଅଭିମୁଖେ ଆସୁଥିବା ବେଳେ ୩୨୬ ଜାତୀୟ ରାଜପଥ ସାଙ୍କେଶ ନିକଟର ଦୁର୍ଘଟଣା ଘଟିଛି। ଖବର ପାଇ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଏସଡିପିଓ ଦିବ୍ୟଜ୍ୟୋତି ଦାସ ଓ ଆଇଆଇସି ରଶ୍ମିରଞ୍ଜନ ପ୍ରଧାନ ପ୍ରଥମେ ମେଡିକାଲକୁ ଜାଇ ଆହତଙ୍କ ସହିତ ଆଲୋଚନା କରିବା ପରେ ଦୁର୍ଘଟଣା ସ୍ଥଳକୁ ଯାଇଛନ୍ତି। ମୃତ ମହିଳା ଶ୍ରମିକଙ୍କ ନାମ ତୁଳସି ମିଣିଆକା ୨୨ବର୍ଷ ବୋଲି ଜଣାପଡ଼ିଛି। ରାୟଗଡ଼ା ବ୍ଲକ୍ କିଆପାଢୁ ଗାଁରେ ତାଙ୍କ ଘର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.