ରାଜ୍ୟ

ପୁଣି ନବଜାତକୁ ହତାଦର: ମେଡିକାଲ ପାଇଖାନାରୁ ଉଦ୍ଧାର ହେଲା ଶିଶୁକନ୍ୟା

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତର ଖାନାରେ ଅଭାବନୀୟ ଘଟଣା । ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା । ପାଇଖାନାରେ ପଡିଛି ନବଜାତ ଶିଶୁକନ୍ୟା। ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ ଏସଏନସିୟୁରେ ଭର୍ତ୍ତି କରାଯାଇଛି। କନ୍ୟାଟି କାହାର ଆଉ କେଉଁ ପରିସ୍ଥିତିରେ ଏଠାକୁ ଆସିଲା ତାହା ଜଣାପଡିନାହିଁ ।

ଆଜି ସକାଳେ ଫିମେଲ ମେଡ଼ିସିନ ୱାର୍ଡର ଶୌଚାଳୟରେ ଏକ ନବଜନ୍ମିତ ଶିଶୁକନ୍ୟା ପଡ଼ିଥିବା ରୋଗୀମାନେ ଦେଖିଥିଲେ। ଦିନେ କିମ୍ବା ଦୁଇଦିନ ତଳେ ଶିଶୁଟି ଜନ୍ମ ହୋଇଥିବା ଅନୁମାନ କରାଯାଉଛି । ଏନେଇ ମେଡିକାଲ କର୍ମଚାରୀଙ୍କୁ ଖବର ଦେଇଥିଲେ। ମେଡିକାଲ କର୍ମଚାରୀ ପିଲାଟିକୁ ଉଦ୍ଧାର କରି ଡାକ୍ତରଙ୍କୁ ଦେଖାଇଥିଲେ। ପିଲାଟିର ଓଜନ କମ୍‌ ଥିବାରୁ ତାର ଅବସ୍ଥା ଗୁରୁତର ରହିଛି। ଏଥିପାଇଁ ତାକୁ ଏସଏନସିୟୁରେ ଭର୍ତ୍ତି କରାଯାଇଛି। ଶିଶୁଟି ଜନ୍ମ ହେବା ପରେ ତା’ର ମା’ ତାକୁ ଛାଡ଼ି ଚାଲିଯାଇଥିବା ଅନୁମାନ କରାଯାଇଛି। ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

Barsha

Recent Posts

ନୋଏଡା ପରେ ଗାଜିଆବାଦରେ ଏସି ବିସ୍ଫୋରଣ, ହୁତୁହୁତୁ ହୋଇ ଜଳିଲା ବିଲିଡିଂ

ଉତ୍ତର ପ୍ରଦେଶ ନୋଏଡା ପରେ ଗାଜିଆବାଦର ପୋଶ ଅଞ୍ଚଳରେ ଅଗ୍ନିକାଣ୍ଡ ହୋଇଛି । ଘରେ ବିସ୍ଫୋରଣ ହେବା ପରେ ପ୍ରଥମ…

5 mins ago

ଆଜି ଦିଲ୍ଲୀ ଯିବେ ଓଡ଼ିଶାର ୨୦ ନବନିର୍ବାଚିତ ବିଜେପି ସାଂସଦ

ଭୁବନେଶ୍ୱର (କେନ୍ୟୁଜ): ନବ ନିର୍ବାଚିତ ବିଜେପି ସାଂସଦମାନଙ୍କୁ ଦିଲ୍ଲୀ ଡାକରା ।  ଆଜି ଦିଲ୍ଲୀ ଯିବେ ଓଡ଼ିଶାର ୨୦ ବିଜେପି…

25 mins ago

ବୈଷ୍ଣୋ ଦେବୀଙ୍କ ପୀଠରେ ଅନନ୍ୟ ପଦକ୍ଷେପ, ଭକ୍ତମାନଙ୍କୁ ପ୍ରସାଦ ଭାବେ ଦିଆଯିବ ଗଛ ଚାରା

ଜାମ୍ମୁ କାଶ୍ମୀରର ମୁଖ୍ୟ ତୀର୍ଥସ୍ଥଳୀ ମାତା ବୈଷ୍ଣୋ ଦେବୀ ମନ୍ଦିର ପରିଦର୍ଶନ କରୁଥିବା ଭକ୍ତମାନେ ବର୍ତ୍ତମାନ ପ୍ରସାଦ ଭାବରେ ଚାରା…

32 mins ago

ଓଡ଼ିଶାମୁହାଁ ମୌସୁମୀ, ଆଇଏମଡିର ଆକଳନ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାମୁହାଁ ମୌସୁମୀ । ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ- ପଶ୍ଚିମ…

47 mins ago

ସୁସ୍ଥ ହେଉଛନ୍ତି ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ, ଗତକାଲି କାମୁଡିଥିଲା ସାପ

ମାଲକାନଗିରି (କେନ୍ୟୁଜ); ସୁସ୍ଥ ହେଉଛନ୍ତି ଚିତ୍ରକୋଣ୍ଡାର ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ । ଗତକାଲି ସର୍ପାଘାତରେ ଗୁରୁତର ହୋଇପଡ଼ିଥିଲେ…

1 hour ago

ନୟାଗଡ଼ : ନଦୀରେ ବୁଡି ଭାଇ ଭଉଣୀ ମୃତ

ନୟାଗଡ଼ (କେନ୍ୟୁଜ): ଅଘଟଣ। ନଦୀରେ ବୁଡି ଭାଇ ଭଉଣୀ ମୃତ ।  ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁସିଆପଡା ଗାଁରେ…

1 hour ago