ପିରଜାହାନିଆଁ ପୀଠରେ ଆରମ୍ଭ ହେଲା ବାଲିଯାତ୍ରା: ଦୁଇ ଦିନିଆ ଯାତ୍ରା ଦେଖିବା ପାଇଁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ

ଅସ୍ତରଙ୍ଗ (କେନ୍ୟୁଜ): ଦୁଇ ବର୍ଷ ପରେ କୋରାନ କଟକଣା ହଟିବା ପରେ ଅସ୍ତରଙ୍ଗ ସମୁଦ୍ର କୂଳରେ ଅବସ୍ଥିତ ହିନ୍ଦୁ ମୁସଲିମ ଧର୍ମାବଲମ୍ବୀର ପୀଠ ପିରଜାହାନିଆଁରେ ଦୁଇ ଦିନିଆ ବାଲିଯାତ୍ରା ଉତ୍ସବ ଆରମ୍ଭ ହୋଇଛି । ଆଜି ଚନ୍ଦ୍ର ଗ୍ରହଣକୁ ଦେଖି ବିଳମ୍ବିତ ରାତିରେ ଶ୍ରଦ୍ଧାଳୁ ମାନେ ମହୋଦଧିରେ ବୁଡ ପକାଇ ଡଙ୍ଗା ଭସାଇବା ପରେ ହିନ୍ଦୁ ମୁସଲିମ ଧର୍ମାବଲମ୍ବୀ ମାନେ ପିର ବାବାଙ୍କୁ ଦର୍ଶନ କରିଥିଲେ । ବାବାଙ୍କ ମଜାର ପାଖକୁ ଆସି ଚାଦର ଓ ପତକା ଚଢାଇଥିଲେ ।

ଚନ୍ଦ୍ରଗ୍ରହଣ ତିଥିକୁ ଭ୍ରୂକ୍ଷେପ ନା କରି ହଜାର ହଜାର ଶ୍ରଦ୍ଧାଳୁ ପିରଜାହାନିଆ ପିଠକୁ ଆସି ସମୁଦ୍ର ଉପକୂଳରେ ସ୍ନାନ କରିବା ସହ ବାଲିଯାତ୍ରା ମେଳା ପଡିଆରେ ଭରପୁର ମନୋରଞ୍ଜନ କରିଥିଲେ । ଦୁଇ ଦିନ ଧରି ଏହି ବାଲିଯାତ୍ରା ଉତ୍ସବରେ ବିଭିନ୍ନ ବ୍ୟବସାୟ ମାନେ ବିଭିନ୍ନ ସାମଗ୍ରୀ ରଖି ଗ୍ରାହକ ମାନକୁ ଆକୃଷ୍ଟ କରୁଥିଲେ । ରାଜ୍ୟର ବିଭିନ୍ନ ଜାଗାରୁ ହଜାର ହଜାର ଶ୍ରଦ୍ଧାଳୁ ପିରଜାହାନିଆ ପୀଠକୁ ସୁଅ ଛୁଟୁଛି । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ତୃସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.