ଚିକିତ୍ସାଧୀନ ରୋଗୀକୁ ସାହାଯ୍ୟ କରିବା ପାଇଁ ମେଡିକାଲରେ ପହଁଚିଲା ବ୍ୟାଙ୍କ

ବାଲେଶ୍ୱର (କେନ୍ୟୁଜ): ଗୁରୁତର ବୃଦ୍ଧାଙ୍କୁ ସେବା ଯୋଗାଇବା ପାଇଁ ମେଡିକାଲରେ ଚିକିତ୍ସାଧୀନ ରୋଗୀଙ୍କ ଶଯ୍ୟା ନିକଟରେ ପହଁଚିଲା ବ୍ୟାଙ୍କ । ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଗୋବିନ୍ଦପୁର ଗାଁ ର ନିଶାମଣି ଭୋଇ ପକ୍ଷାଘାତ ରୋଗରେ ଚିକିତ୍ସା ହେଉଥିବା ବେଳେ ଅଧିକ ଚିକିତ୍ସା ପାଇଁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ଡାକ୍ତର ତାଙ୍କୁ କଟକ ଏସସିବି କୁ ସ୍ଥାନାନ୍ତର ପାଇଁ କହିଥିଲେ । ହେଲେ ନିଶାମଣି ଙ୍କ ନିକଟରେ ହଠାତ୍ ଟଙ୍କା ନଥିବା ଓ ଦୁଇଦିନ ଧରି ବ୍ୟାଙ୍କ ସେବା ବନ୍ଦ ରହିଥିବା ହେତୁ ସେ ଚିନ୍ତାରେ ପଡ଼ିଯାଇଥିଲି ।

bank

ତେବେ ନିଶାମଣି ଙ୍କ ଏଭଳି ପରିସ୍ଥିତି ସମ୍ପର୍କରେ ବ୍ୟାଙ୍କ କୁ ଜଣେଇବା ପରେ ନିଜାମପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଜଣେ କର୍ମଚାରୀ ଆସି ନିଶାମଣିଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ୧୦ ହଜାର ଟଙ୍କା କାଢି ଦେଇଥିଲେ । ଫଳରେ ନିଶାମଣି ଙ୍କ ଅଧିକ ଚିକିତ୍ସା ସମ୍ଭବ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.