ଯାଜପୁର : କୂଅରେ ଭାଲୁ ପଡ଼ିବା ଘଟଣା: ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ପ୍ରଚେଷ୍ଟା ପରେ ଉଦ୍ଧାର ହେଲା ଭାଲୁ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ସଂସାଇଲୋ ନୂଆସାହି ଗ୍ରାମରେ କୂଅରେ ଭାଲୁ ପଡ଼ିବା ଘଟଣା। ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ଧରି ପ୍ରଚେଷ୍ଟା କରିବା ପରେ ଭାଲୁଟିକୁ କୂଅରୁ ଉଦ୍ଧାର କରିଛି ବନବିଭାଗ। ଅଗ୍ନିଶମ ବାହିନୀ ସହଯୋଗରେ ବନବିଭାଗ ଭାଲୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ତେବେ ଭାଲୁଟି ସାମାନ୍ଯ ଆହତ ଥିବାବେଳେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାକୁ ୨ ଦିନ ହେପାଜତରେ ରଖାଯିବ। ତାର ସ୍ୱାସ୍ଥ୍ୟବସ୍ଥା ଭଲ ଥିଲେ ପରେ ତାକୁ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବନବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଏକ ଭାଲୁ ସୁକିନ୍ଦା ପାଖ ଜଙ୍ଗଲରୁ ଖାଦ୍ୟ ଅନେ୍ଵଷଣରେ ସଂସାଇଲୋ ନୂଆସାହି ଗାଁ ଆଡକୁ ଚାଲି ଆସିଥିଲା। ଗାଁରେ ବୁଲାବୁଲି କରୁଥିବା ସମୟରେ ଗାଁ ର ରାଘବ ମହାନ୍ତଙ୍କ ବାଡ଼ିରେ ଥିବା ଏକ ଗଭୀର କୂଅ ମଧ୍ୟରେ ଭାଲୁଟି ଖସି ପଡ଼ିଥିଲା। ତେବେ ଆଜି ସକାଳୁ ରାଘବ ମହାନ୍ତଙ୍କ ପରିବାର ଲୋକେ କୂଅରେ ଭାଲୁ ପଡ଼ିଥିବା ଦେଖି ସୁକିନ୍ଦା ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ପରେ ସ୍ଥାନୀୟ ବନ ବିଭାଗ କର୍ମଚାରୀ ଓ ଅଗ୍ନିଶମ ବାହିନୀର କର୍ମଚାରୀ ସେଠାରେ ପହଞ୍ଚି ଭାଲୁ ଟିକୁ ଗଭୀର କୂଅ ମଧ୍ୟରୁ ଉଦ୍ଧାର କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.