ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଏବେ ୫ କେଜି ଲେଖାଏ ଚାଉଳ କାଟିଛି କେନ୍ଦ୍ର : ସସ୍ମିତ ପାତ୍ର

ଭୁବନେଶ୍ଵର (କେନ୍ୟୁଜ): ଚାଉଳ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କଲା ରାଜ୍ୟ । ମୁଣ୍ଡପିଛା ୫ କେଜି ଚାଉଳ କାଟୁଛି କେନ୍ଦ୍ର । ଗରିବ ଲୋକଙ୍କୁ ମିଳୁଥିବା ଚାଉଳ କାଟିଛି କେନ୍ଦ୍ର ସରକାର । ପୂର୍ବରୁ ମୁଣ୍ଡ ପିଛା ୧୦ କେଜି ଚାଉଳ ଦେଉଥିଲେ ସରକାର । ଡିସେମ୍ବରରୁ ମୁଣ୍ଡପିଛା ୫ କେଜି ଚାଉଳ କାଟୁଛି କେନ୍ଦ୍ର । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ କାଟୁଛି କେନ୍ଦ୍ର । ୫ କେଜି ଲେଖାଏ ଚାଉଳ କାଟିବା ଦ୍ୱାରା ଗରିବ ଓ ଚାଷୀ ପ୍ରଭାବିତ ହୋଇଛନ୍ତି ।

୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କ ଉପରେ ଏହି ବୋଝ ପଡ଼ିଛି । ଗତ ଡିସେମ୍ବର ୨୨ରୁ ଅନ୍ନ ଯୋଜନାକୁ ବନ୍ଦ କରିଛି କେନ୍ଦ୍ର । ଯାହା ଦ୍ୱାରା ଓଡ଼ିଶାର କେବଳ ଗରିବ ପରିବାର ହଇରାଣ ହେଲେନି ବରଂ ଚାଷୀ ଭାଇ ମାନେ ମଧ୍ୟ ହନ୍ତସନ୍ତ ହେବେ । କାରଣ ଚାଷୀ ମାନେ ଏହି ଯୋଜନାରେ ଉପକୃତ ହେଉଥିଲେ । କାରଣ ଏହି ଯୋଜନା ଚାଲୁଥିବା କାରଣରୁ ଅଧିକ ଚାଉଳର ଆବଶ୍ୟକତା ପଡୁଥିଲା । ସରକାର ଅଧିକ ଚାଉଳ କିଣୁଥିଲେ । ଯାହାଦ୍ୱାରା ଚାଷୀ ଭାଇ ଉପକୃତ ହେଉଥିଲେ । ଅଧିକ ଧାନ ସଂଗ୍ରହ ଫଳରେ ଚାଷୀ ଭାଇ ମାନେ ଏମଏସପି ଦରରେ ଚାଉଳ ବିକୁଥିଲେ । କିନ୍ତୁ କମ ଧାନ ସଂଗ୍ରହ ଫଳରେ ଚାଷୀ ଭାଇ ମାନେ ବଳକା ଚାଉଳ ଏମଏସପି ଦରରେ ବିକ୍ରି କରିପାରିବେନି । ତେଣୁ ବାହାରେ କମ ଦରରେ ଧାନ ବିକିବାକୁ ବାଧ୍ୟ ହେବେ ଚାଷୀ । ଯାହା ଚାଷୀ ଭାଇଙ୍କୁ ଆର୍ଥିକ ସ୍ତରରେ ଦୁର୍ବଳ କରିବ । କେନ୍ଦ୍ର ସରକାରଙ୍କ ଗରିବ ଓ ଚାଷୀ ବିରୋଧୀ ନୀତିକୁ BJDର ନିନ୍ଦା କରିଛି।

କୋଭିଡ ମହାମାରୀ ପରେ ଜୀବନଜୀବିକା ସ୍ୱାଭାବିକ ହୋଇନି । ଅନେକ ଲୋକ ଏବେ ବି ଆର୍ଥିକ ବୋଝରେ ଯୁଝି ହେଉଛନ୍ତି । କିନ୍ତୁ କେନ୍ଦ୍ର ଏହାକୁ ଦୃଷ୍ଟିରେ ନରଖି ସିଧାସଳଖ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରିଛନ୍ତି । କିନ୍ତୁ ଏହା କେତେ ଲୋକଙ୍କୁ ଯେ ଭୟଙ୍କର ଭାବେ ପ୍ରଭାବିତ କରିବ ତାହା କେନ୍ଦ୍ର ସରକାର କେବେ କଳ୍ପନା ମଧ୍ୟ କରିନାହାନ୍ତି । ପୁଣି ଥରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆରମ୍ଭ କରିବାକୁ ବିଜେଡି ଦାବି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.