ରାଜଧାନୀରେ ପୁଣି କଳା ପଲସର ଆତଙ୍କ, ଏକାମ୍ର ହାଟ ସାମ୍ନାରୁ ଯୁବତୀଙ୍କ ହାତରୁ ଝାମ୍ପିନେଲେ ମୋବାଇଲ ଫୋନ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ପୁଣି କଳା ପଲସର ଆତଙ୍କ । ଯୁବତୀଙ୍କ ହାତରୁ ଝାମ୍ପିନେଲେ ମୋବାଇଲ ଫୋନ । ଭୁବନେଶ୍ୱର ଏକାମ୍ର ହାଟ ସାମ୍ନାରୁ ଜଣେ ଯୁବତୀଙ୍କ ହାତରୁ ମୋବାଇଲ ଫୋନ ଛଡ଼ାଇ ନେଲା ମୁଖାପିନ୍ଧା ଲୁଟେରା । ଯୁବକ ଜଣକ ଏକ କଳା ପଲସରରେ ଆସି ଲୁଟ୍‌ କରିଛି ।

ଏନେଇ ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି ଲୁଟ୍‌ର ଶିକାର ହୋଇଥିବା ଯୁବତୀ । ଏକାମ୍ର ହାଟ ପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ସଂଗ୍ରହ କରି ପୋଲିସ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.