ଭୁବନେଶ୍ୱର ଜୁଡିସିଆଲ୍‌ କମ୍ପ୍ଲେକ୍ସକୁ ୩ ଦିନ ପାଇଁ ସିଲ୍‌ କଲା ବିଏମସି

ଭୁବନେଶ୍ୱର : (କେନ୍ୟୁଜ): ଭୁବନେଶ୍ୱର ଜୁଡିସିଆଲ୍‌ କମ୍ପ୍ଲେକ୍ସ ସିଲ୍‌। ୩ ଦିନ ପାଇଁ ସିଲ୍‌ କଲା ଭୁବନେଶ୍ୱର ମହାନଗର ନିଗମ । ଆଜିଠାରୁ ୨୬ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଗତକାଲି ୧୫ ଜଣ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ BMC ପକ୍ଷରୁ ପଦକ୍ଷେପ ନିଆଯାଇଛି। ୨୭ତାରିଖରେ RTPCR ଟେଷ୍ଟ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଖୋଲିବ। ସାଉଥ୍‌ ଇଷ୍ଟ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଏନେଇ ସୂଚନା ଦେଇଛନ୍ତି।

ଜୁଡିସିଆଲ କମ୍ପ୍ଲେକ୍ସରେ ଖୋର୍ଦ୍ଧା ଜିଲ୍ଲା କୋର୍ଟ, ଏଣ୍ଡୋମେଣ୍ଟ କମିଶନରଙ୍କ କାର୍ଯ୍ୟାଳୟ ଓ ଭୁବନେଶ୍ୱର ବାର ଆସୋସିଏସନ୍‌ ରହିଛି। ତେଣୁ ସଂକ୍ରମଣକୁ ଚେକ୍‌ ଦେବାକୁ ବିଏମ୍‌ସି ପକ୍ଷରୁ ଅନୁରୋଧ କରାଯାଇଛି।