ବନ୍ଦ ଘର ଭିତରେ ପରିବାରର ୪ ଜଣଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା? ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର ହେବ ଶବ

ବରଗଡ଼(କେନ୍ୟୁଜ୍): ବନ୍ଦ ଘର ଭିତରେ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଜାଣ୍ଡୋଲ ଗାଁରେ ଏକ ଘର ଭିତରୁ ବାପା ମାଆ ଓ ପୁଅଝିଅଙ୍କ ମୃତଦେହ ଉଦ୍ଧାର ଠାବ । ଦୁଇ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଓ ଅନ୍ୟ ଦୁଇ ଜଣଙ୍କର ମୃତଦେହ କୋଠରୀ ଭିତରେ ପଡିଥିବା ଦେଖିବାକୁ ମିଳିଛି ।

ମୃତକମାନେ ହେଲେ ଜାଣ୍ଡୋଲ ଗାଁର ଶେଷ ମେହେର ତାଙ୍କ ସ୍ତ୍ରୀ କ୍ଷୀରେଶ୍ୱରୀ ମେହେର ପୁଅ ଅରବିନ୍ଦ ମେହେର ଏବଂ ଝିଅ ଶିବାନୀ ମେହେର ବୋଲି ସୂଚନା ମିଳିଛି । ଏହା ହତ୍ୟାକାଣ୍ଡ ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ । ଭେଡେନ ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି । ସଂପୃକ୍ତ ଘରକୁ ସିଲ୍‌ କରାଯାଇଛି । ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରାଯିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯିବ ।

Leave A Reply

Your email address will not be published.