ରାଜଧାନୀରେ ଚାଞ୍ଚଲ୍ୟ : ବନ୍ଦ ଘରୁ ସନ୍ଦେହଜନକ ଅବସ୍ଥାରେ ମିଳିଲା ନାବାଳିକାଙ୍କ ମୃତଦେହ

ଭୁବନେଶ୍ୱର : ବନ୍ଦ ଘରୁ ସନ୍ଦେହଜନକ ଭାବେ ମିଳିଲା ନାବାଳିକାଙ୍କ ଝୁଲନ୍ତା ମୃତଦେହ । ଏପରି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଥାନା ଶ୍ରୀରାମ ନଗର ବସ୍ତିରେ। ମୃତ ନାବାଳିକଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡିଛି। ନାବାଳିକାଙ୍କ ବୟସ ୧୬ ବର୍ଷ ହେବ ବୋଲି ଜଣାପଡିଛି । ନାବାଳିକା ଜଣଙ୍କ ଦମ୍ପତିଙ୍କ ନିକଟରେ କିଛି ମାସ ଧରି ରହୁଥିଲେ । ଘଟଣାସ୍ଥଳରେ ମଞ୍ଚେଶ୍ୱର୍ ଥାନା ପୋଲିସ ତଦନ୍ତ କରୁଛି ।
ତେବେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚିବା ପରେ ଅଧିକ ତଦନ୍ତ କରାଯିବ । ସେପଟେ ନାବାଳିକା ଜଣଙ୍କୁ କାମ କରାଇବା ପାଇଁ ଭୁବନେଶ୍ୱର ଅଣାଯାଇଥିବା ବେଳେ ସେ ଅନ୍ୟ ଜଣେ ପୁଅକୁ ଭଲ ପାଉଥିଲା । ତାକୁ ଘରେ ତାଲା ପକାଇ ରଖିବାରୁ ସେ ଜୀବନ ହାରିଥିବା କଥା ସ୍ବୀକାର କହିଛନ୍ତି ନାବାଳିକାକୁ ରଖିଥିବା ମହିଳା । ସେପଟେ ପୋଲିସ ସନ୍ଦେହ କରୁଛି ନାବାଳିକାକୁ ରଖି କୌଣସି ପ୍ରକାର ଅନୈତିକ କାର୍ଯ୍ୟରେ ଲଗାଯାଉଥିଲା । ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।