ଧର୍ମଶାଳା ନିକଟରୁ ଉଦ୍ଧାର ହେଲା ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ, ସେ ଜଣେ ଶ୍ରମିକ ହୋଇଥିବା ସୂଚନା

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକାସ୍ଥିତ ଜେମାଶୁଣୀ ପୀଠ ନିକଟରୁ ପୁଲିସ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କରିଛି । ମୃତବ୍ୟକ୍ତିଙ୍କ ପରିଚୟ ମିଳି ନଥିବା ବେଳେ ସେ ଜଣେ ଶ୍ରମିକ ଶ୍ରେଣୀର ହୋଇଥିବା ଅନୁମାନ କରାଯାଉଛି । ଜେମାଶୁଣୀସ୍ଥିତ ଏକ ପୂଜା ମଣ୍ଡପରେ ଜଣେ ଲୋକ ଶୋଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ହେଲେ ସେ ନଉଠିବରୁ ସ୍ଥାନୀୟ ଲୋକେ ସେଠାକୁ ଯାଇ ତାକୁ ଡାକ ମାରିଥିଲେ । ହେଲେ ସେତେବେଳକୁ ତାର ମୃତ୍ୟୁ ହୋଇଯାଇଥିଲା ।

ଏନେଇ ଲୋକେ ଧର୍ମଶାଳା ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଜବତ କରିଛି । ଏଥିସହ ପୁଲିସ ଏକ ଅପମୃତ୍ୟୁ ମମଲା ରୁଜୁ କରି ଶବ ବ୍ୟବଛେଦ ଲାଗି ବଡଚଣା ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.