ରାଜ୍ୟ

ଆସନ୍ତାକାଲି ଜନ୍ମମାଟିରେ ପହଞ୍ଚିବ ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀର, ଶେଷକୃତ୍ୟ ପାଇଁ ଚାଲିଛି ପ୍ରସ୍ତୁତି

କାମାକ୍ଷାନଗର(କେନ୍ୟୁଜ୍): ଆସନ୍ତାକାଲି ପହଞ୍ଚିବ ସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ ସହିଦ ହୋଇଥିବା ଓଡିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର । ଏନେଇ ସୂଚନା ମିଳିବା ପରେ ଗ୍ରାମରେ ଶେଷକୃତ୍ୟ ସମ୍ପର୍ଣ୍ଣ ପାଇଁ ଚାଲିଛି ପ୍ରସ୍ତୁତି। ବଡ ଭାଇ ମନୋଜ କୁମାର ଦାସଙ୍କୁ ଆର୍ମି ଅଫିସ ତରଫରୁ ସୂଚନା ମିଳିବା ପରେ ସାଙ୍ଗ,ସାଥି,ଆତ୍ମୀୟସ୍ଵଜନ ଏବଂ ସରୋଜଙ୍କୁ ଭଲ ପାଉଥିବା ବ୍ୟକ୍ତି ତଥା ଜନସାଧାରଣ ସମସ୍ତେ ଲାଗି ପଡିଛନ୍ତି ସହିଦଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ।

ଏପଟେ ମୃତଦେହର ଫଟୋ ଦେଖି ସରୋଜ ଦାସଙ୍କୁ ଚିହ୍ନଟ କରାଯିବା ପରେ ସତେ ଯେମିତି ପରିବାର ଲୋକଙ୍କ ପାଦତଳୁ ମାଟି ଖସି ଯାଇଥିଲା।। ଯାହାକୁ ନେଇ ପୂରା ପରିବାର ଦୁଖରେ ଭାଙ୍ଗି ପଡିଛନ୍ତି। ଆସନ୍ତା କାଲି ପାର୍ଥିବ ଶରୀର ଗ୍ରାମରେ ପହଞ୍ଚିବା ପରେ ପୈତୃକ ଗ୍ରାମ କେନ୍ଦୁଢିପର ଶ୍ମଶାନରେ ହେବ ଶେଷକୃତ୍ୟ । ଏନେଇ ଚାଲିଛି ପ୍ରସ୍ତୁତି। ନିଜସ୍ଵ ଉଦ୍ୟମରେ ସମସ୍ତେ ଏକାଠି ହୋଇ ଶ୍ମଶାନ ପଡିଆକୁ ସଫାସୁତରା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।

୨୦୧୨ ମସିହାରେ ସେନା ବାହିନୀରେ ଯୋଗଦାନ କରିଥିଲେ ସରୋଜ। ସହିଦ ସରୋଜ ଗତ ଫେବୃଆରି ମାସରେ ବିବାହ କରିଥିଲେ। ବିବାହକୁ ମାତ୍ର ୭ମାସ ବିତିଥିବା ବେଳେ ଏବେ ମଧ୍ୟ ଘରେ ଲେଖା ହୋଇଥିବା ଶୁଭବିବାହ କାନ୍ଥରୁ ଲିଭିନି। ବୃଦ୍ଧ ପିତା,ମାତା, ସ୍ତ୍ରୀ କାନ୍ଦି କାନ୍ଦି ସେମାନଙ୍କ ଆଖିରଚ ସତେ ଯେମିତି ଲୁହ ଶୁଖି ଗଲାଣି। କଥା ପଦେ କହିବାକୁ ସାହାସ ଯୁଟାଇ ପାରୁନାହଁନ୍ତି। କେବଳ ଅପେକ୍ଷା କରିଛନ୍ତି କେତେବେଳେ ପହଞ୍ଚିବ ପୁଅର ମୃତଦେହ।

ସେନା ପକ୍ଷରୁ ଆଜି ମରଶରୀର ପହଞ୍ଚିବା ନେଇ କୁହାଯାଇଥିବା ବେଳେ, ଆର୍ମି ଅଫିସିଆଲ କାର୍ଯ୍ୟ ଶେଷ ହୋଇନଥିବାରୁ ବିଳମ୍ବ ହେଉଥିବା କୁହାଯାଉଛି। ତେଣୁ ଆସନ୍ତା କାଲି ଦିନ ୧.୪୫ ମିନିଟ ସମୟରେ ଭୁବନେଶ୍ବର ବିଜୁପନାୟକ ଏୟାରପୋର୍ଟ ପହଞ୍ଚିବ ସହୀଦଙ୍କ ପାର୍ଥିବ ଶରୀର। ସେଠାରୁ ଗ୍ରାମକୁ ଅଣାଯାଇ ଗ୍ରାମ ପରିକ୍ରମା କରିବା ପରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସଂପର୍ଣ କରାଯିବ । ଗତକାଲି ଢେଙ୍କାନାଳ ଜିଲ୍ଲାପାଳ ସହିଦ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଶେଷକୃତ୍ୟ ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ପାଇଁ କହଥିଲେ।

ଗତକାଲି ଠାରୁ ଯବାନ ସରୋଜ ଦାସ ସହିଦ ହେବାର ଖବର ପାଇବା ପରଠୁ ଗାଁରେ ଯେମିତି ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସମସ୍ତେ ଦୁଃଖରେ ମ୍ରିୟମାଣ ଥିବା ବେଳେ କାହାରି ଘରେ ଚୂଲି ମଧ୍ୟ ଜଳୁ ନାହିଁ । ସମସ୍ତେ ଅପେକ୍ଷା କରିଛନ୍ତି ଦେଶ ମାତୃକାର ସେବା କରିବା ପାଇଁ ଯାଇଥିବା ବୀର ଯବାନ ଜାତୀୟ ପତାକା ଘୋଡାଇ ହୋଇ ଘରକୁ ଫେରିବ। ଆଉ ଶେଷଥର ପାଇଁ ଶ୍ରଦ୍ଧାଞ୍ଜଳି ଜଣାଇବେ ବୀର ପୁଅକୁ।

 

Sonalisa

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

5 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

5 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

9 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

32 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

40 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

46 mins ago