ସୀମା ବିବାଦରୁ ଉଦ୍ଧାର ହୋଇପାରୁନି ମୃତଦେହ, ଦୀର୍ଘ ୨୦ ଘଣ୍ଟା ହେଲା ଝୁଲୁଛି ନବବଧୂଙ୍କ ମୃତଦେହ

ଆନନ୍ଦପୁର(କେ.ନ୍ୟୁଜ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଦୀପପାଳ ଗାଁରେ ସୀମା ବିବାଦରୁ ଉଦ୍ଧାର ହୋଇପାରୁନି ମୃତଦେହ। ଫଳରେ ଦୀର୍ଘ ୨୦ ଘଣ୍ଟା ହେଲା ନବବଧୂଙ୍କ ମୃତଦେହ ଝୁଲୁଛି। ମିଳିଥିବା ସୂଚନା ମୁତାବକ, ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର ହେମଲତା କେନ୍ଦୁଝର ଜିଲ୍ଲା ଦୀପପାଳ ଗାଁର ହରିହରଙ୍କୁ ଗତ ଜୁଲାଇରେ ବିବାହ କରିଥିଲେ। କିନ୍ତୁ କୌଣସି କାରଣରୁ ଗତକାଲି ରାତିରେ ହେମଲତା ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ହେଲେ ବିବାଦ ଯୋଗୁ ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର ହୋଇପାରୁନି। ଗାଁଟି କେଉଁ ଜିଲ୍ଲା ମଧ୍ୟରେ ଆସୁଛି ତାକୁ ନେଇ ବିବାଦ ଦେଖାଦେଇଛି।

ସୂଚନାନୁଯାୟୀ, ଘରଟି ଅଧା କେନ୍ଦୁଝର ଓ ଅଧା ଯାଜପୁର ଜିଲ୍ଲାରେ ନିର୍ମାଣ ହୋଇଥିବାରୁ ସମସ୍ୟା ଉପୁଜିଛି। କେନ୍ଦୁଝର ପୋଲିସ ପହଞ୍ଚିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଯାଜପୁର ପୋଲିସ ପହଞ୍ଚି ନାହିଁ। ତେଣୁ ମୃତଦେହ ଉଦ୍ଧାର ହୋଇପାରୁନି। ସେପଟେ ଶାଶୁ ଘର ଲୋକ ନିର୍ଯାତନା ଦେଉଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ମହିଳାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ହେଲେ ଏହାକୁ ଖଣ୍ଡନ କରିଛନ୍ତି ଶାଶୁଘର ଲୋକ। ମୃତଦେହ ପଡିରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.