ବଲାଙ୍ଗିର: ନାବାଳକକୁ ବଳି ସନ୍ଦେହ । ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଝଲିଆଲିଟି ଗାଁ ପାଖ ପାହାଡ଼ ନିକଟରୁ ଉଦ୍ଧାର ହୋଇଛି ନାବାଳକର ମୃତଦେହ । ୨ ଦିନ ହେବ ନିଖୋଜ ଥିଲେ ନାବାଳକ । ମୃତ ନାବାଳକଙ୍କ ଘର ଜଳପାକେଲ ଗାଁରେ ବୋଲି ଜଣାପଡିଛି । ନାବାଳକ ସୋମନାଥ ପଞ୍ଚମ ଶ୍ରେଣୀର ଛାତ୍ର ।
ସୂଚନା ଅନୁଯାୟୀ ନାବାଳକ ଜଣକ ୧୭ ତାରିଖ ଦିନବେଳାରୁ ଘରୁ ବାହାରକୁ ଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ଆଉ ଫେରନିଥିଲେ । ପରିବାରଲୋକେ ବହୁ ଖୋଜାଖୋଜି ପରେ ରାତିରେ ଲାଠୋର ଥାନାରେ ଏତଲା ଦେଇଥିଲେ । ପାହାଡ଼ ଉପରେ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ବାଳକର ମୃତ୍ୟୁ କାରଣ ବଳି ନା ଆଉ କିଛି ତାହା ଜଣାପଡ଼ିନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।