ପାଞ୍ଚ ଦିନ ପରେ ଆଜି ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ, ରିଲ୍ସ କରୁଥିବା ବେଳେ ଘଟିଥିଲା ଅଘଟଣ

ଖୋର୍ଦ୍ଧା: ପାଞ୍ଚ ଦିନପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ଶେଷରେ ଓମ୍ ପ୍ରକାଶ ରଥଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ମୃତଦେହ ପାଣିରେ ଭାସୁଥିବା ଦେଖି ଓଡ଼୍ରାଫ୍ ଟିମ୍ ଉଦ୍ଧାର କରିଥିଲା । ଗତ ସୋମବାର ଦିନ ରିଲ୍ସ କଲାବେଳେ ଖୋର୍ଦ୍ଧା ତାପଙ୍ଗ ଖଣିରେ ଖସିପଡ଼ିଥିଲେ ଯୁବକ । ଏହାପରେ ଯୁବକଙ୍କୁ ଖୋଜିବା ପାଇଁ ଉଦ୍ଧାର ପାଇଁ ଲାଗିଥିଲା ସମସ୍ତ ଜ୍ଞାନକୌଶଳ । NITରୁ ଆସିଥିବା ଏକ ସ୍ବତନ୍ତ୍ର ରୋବଟ ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଥିଲା । ଖୋର୍ଦ୍ଧା ଜିଲ୍ଲାପାଳ ନିଜେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ । ପାଞ୍ଚ ଦିନ ପରେ ଆଜି ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ ନିଖୋଜ ଯୁବକ ହେଉଛନ୍ତି ନୟାଗଡ଼ ଅଞ୍ଚଳର ଓମ ପ୍ରକାଶ ରଥ ସେ ଖୋର୍ଦ୍ଧା ବିଡିଏ କଲୋନୀରେ ରହୁଥିଲେ । ଗଭୀର ପାଣିରେ ରିଲ୍ସ କରୁଥିବା ସମୟରେ ଓମ୍ ନିଖୋଜ ହୋଇଥିଲେ । ଏହି ଘଟଣାକୁ ୫ ଦିନ ବିତିବା ପରେ ଏବେ ଉଦ୍ଧାର ହୋଇଛି ଯୁବକଙ୍କ ମୃତ ଶରୀର । ଖୋର୍ଦ୍ଧା ସଦର ଥାନ ତାପଙ୍ଗ ବଡ ସାଉଁଳି କଳିଙ୍ଗ ମୁଣ୍ଡିଆ କୁ ସାଙ୍ଗ ମାନଙ୍କ ସହିତ ବୁଲିବାକୁ ଆସିଥିବା ବେଳେ ଘଟିଥିଲା ଏଭଳି ଅଘଟଣ ।
ଗତ ସୋମବାର ଦିନ ୪ ଜଣ ଜଣ ଯୁବକ ସାଙ୍ଗ ହୋଇ ବୁଲିବାକୁ ଏଠାକୁ ଆସିଥିଲେ । ସେଠାରେ ଗାଧୋଇବା ବେଳେ ଦୁଇ ଜଣ ଯୁବକ ଗଭୀର ପାଣି ଭିତରକୁ ଖସି ଯାଇଥିଲେ। ସାଙ୍ଗରେ ଯାଇଥିବା ଯୁବକମାନେ ଜଣକୁ ଉଧାର କରିବାରେ ସଫଳ ହୋଇଥିଲେ । କିନ୍ତୁ ଅନ୍ୟ ଜଣକୁ ଉଧାର କରି ପାରି ନଥିଲେ । ପାଣିରେ ବୁଡ଼ିଥିବା ଯୁବକକୁ ଉଦ୍ଧାର କରିବା ପାଇଁ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚିଥିଲା । ଆଜି ଓମ୍ ପ୍ରକାଶ ରଥଙ୍କ ମୃତଦେହ ଉଦ୍ଧାର ହୋଇଛି ।