କୋଲାବ ଜଳ ଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା, ୨୪ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ
ଲମତାପୁଟ: କୋଲାବ ଜଳ ଭଣ୍ଡାରରେ ଡ଼ଙ୍ଗା ବୁଡି ଜଣେ ନିଖୋଜ ଘଟଣା । ୨୪ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ। ମୃତକ ହେଲେ ଲମତାପୁଟ ବ୍ଲକ ଚାନ୍ଦାଲମଣ୍ଡା ଗ୍ରାମର ୧୮ ବର୍ଷୀୟ ଧନୁର୍ଜୟ ଶିସା । ଗତ କାଲି ରାତିରେ ଧନୁର୍ଜୟ ମାଛ ଧରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ସକାଳୁ ପରିବାର ବର୍ଗ ଖୋଜା ଖୋଜି କରିବା ବେଳେ ମହାଦେଇପୁଟ ନଦୀ ଘାଟରେ ଧନୁର୍ଜୟଙ୍କ ମଟର ସାଇକେଲ ଏବଂ ଚପଲ ପଡ଼ି ଥିବା ଦେଖିଥିଲେ । ମଝୀ ନଈରେ ଡ଼ଙ୍ଗା ଓଲଟି ଭାସୁଥିବା ଦେଖି ଗ୍ରାମବାସୀଙ୍କ ସହାୟତାରେ ଡ଼ଙ୍ଗାକୁ କୂଳକୁ ଆଣିଥିଲେ ମଧ୍ୟ ଧନୁର୍ଜୟଙ୍କ କୌଣସି ପତ୍ତା ମିଳିନଥିଲା ।
ସେପଟେ ଖବର ପାଇ ଲମତାପୁଟ ଏବଂ ନନ୍ଦପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି ଆରମ୍ବ କରିଥିଲେ। ଦିନ ସାରା ଅପରେସନ ଜାରି ରହିଥିଲା କିନ୍ତୁ ରାତି ହୋଇଯିବାରୁ ଅପରେସନକୁ ବନ୍ଦ କରିଦେଇଥିଲେ। ତେବେ ଆଜି ସକାଳୁ ନଦୀରେ ଧନୁର୍ଜୟଙ୍କ ମୃତଶରୀର ଭାସୁ ଥିବା ଦେଖି ସମ୍ପର୍କୀୟ ମାନେ ପାଣିରୁ ବାହାର କରିଥିଲେ । ଘଟଣା ସ୍ଥଳରେ ନନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।