ବିଦ୍ୟାଳୟ ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ଯା ନା ଆତ୍ମହତ୍ଯା ତାହା ଅସ୍ପଷ୍ଟ

ପାରାଦୀପ (କେନ୍ୟୁଜ): ବିଦ୍ୟାଳୟ ପରିସରରୁ ଯୁବକଙ୍କ ମୃତ ଦେହ ଉଦ୍ଧାର। ଘଟଣାର ତଦନ୍ତ କରୁଛି ପୋଲିସ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତ ସନ୍ତରା ଗାଦୀବ୍ରହ୍ମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ। ତେବେ ମୃତ ଯୁବକ ଜଣକ ସନ୍ତରା ଗ୍ରାମର ପ୍ରଫୁଲ୍ଲ ସ୍ୱାଇଁଙ୍କ ପୁଅ ଅତଲୁ ସ୍ୱାଇଁ ବୋଲି ଜଣାପଡିଛି। ମାତ୍ର ଗତକାଲି ବିଳମ୍ବିତ ରାତିରେ ଅତଲୁଙ୍କର ମୃତ୍ୟୁ ହୋଇଥିବା ବେଳେ ଏହା ହତ୍ଯା ନା ଆତ୍ମହତ୍ଯା ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣାକେ ନେଇ ତଦନ୍ତ କରୁଛି କୁଜଙ୍ଗ ପୋଲିସ। ଶବ ବ୍ଯବଛେଦ ପରେ ଜଣା ପଡିବ ଏହା ହତ୍ଯା କି ଆତ୍ମହତ୍ଯା ବୋଲି ଆଶା କରାଯାଉଛି।

Leave A Reply

Your email address will not be published.