ରାଜ୍ୟ

ମହାନଦୀ କୂଳରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ, ମିଳିନି ପରିଚୟ

ଆଠଗଡ଼ (କେନ୍ୟୁଜ): ମହାନଦୀ କୂଳରୁ ଉଦ୍ଧାର ହୋଇଛି ଜଣେ ଯୁବତୀଙ୍କ ମୃତଦେହ। ମୁଣ୍ଡଳୀ ବ୍ରିଜ ଠାରୁ ୨ କିମି ଦୂର ଆଠଗଡ଼ ଖୁଣ୍ଟୁଣୀ ଥାନା ଅନନ୍ତପୁର ଗାଁ ପାଖ ମହାନଦୀ କୂଳରେ ମୃତଦେହ ଭାସୁଥିବାର ଦେଖି ଅଗ୍ନୀଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯଇଛି। ଘଟଣାସ୍ଥଳରେ ଖୁଣ୍ଟୁଣୀ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୃତକଙ୍କ ଦେହରେ କଳା ରଙ୍ଗର ପ୍ୟାଣ୍ଟ ଓ ନୀଳ ରଙ୍ଗର ସାର୍ଟ ରହିଥିବା ଦେଖିବାକୁ ମିଳିଛି । ଦୁଇ ଦିନ ତଳେ ମୁଣ୍ଡଳୀ ସେତୁ ନିକଟରେ ଏକ ସ୍କୁଟି ରଖି ଜଣେ ଯୁବତୀ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ସନ୍ଦେହ କରାଯାଇଥିଲା । ପରେ ଖବର ପାଇ ଆଠଗଡ଼ ପୋଲିସ୍ ଓ ଗୋଡିସାହି ପୋଲିସ୍ ପକ୍ଷରୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ସନ୍ଦେହ ସୃଷ୍ଟି ହେବାରୁ ଆଠଗଡ଼ ଅଗ୍ନୀଶମ ବିଭାଗ ଓ କଟକରୁ ଓଡରାଫ ଟିମ୍ ମାଧ୍ୟମରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି କରାଯାଇଥିଲା । ବିଭାଗୀୟ କର୍ମଚାରୀ ମାନେ ନିରାଶ ହେବା ପରେ ପୁଣି ଗତକାଲି ଦିନରେ ପୁନର୍ବାର ଖୋଜାଖୋଜି କରାଯାଇଥିଲେ ମଧ୍ୟ ନିରାଶ ହେବାକୁ ପଡିଥିଲା। ତେବେ ଆଜି ସକାଳୁ ମହାନଦୀରେ ଏକ ଅଚିହ୍ନା ଶବ ଭାସୁଥିବା ଖବର ପାଇ ଘଟଣା ସ୍ଥଳରେ ଆଠଗଡ଼ ପୋଲିସ୍, ଖୁଣ୍ଟୁଣୀ ପୋଲିସ୍ ଓ ଆଠଗଡ ଅଗ୍ନୀଶମ ବିଭାଗ ପହଞ୍ଚି ଶବ ବଟିକୁ ଉଦ୍ଧାର କରିଛନ୍ତି।

Barsha

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago