ପ୍ରେମିକାକୁ ଭେଟିବାକୁ ଆସି ଲକ୍‌ଡାଉନରେ ଫସିଲେ ପ୍ରେମିକ, ଶେଷରେ ଗାଁ ମନ୍ଦିରରେ ହେଲା ଉଭୟଙ୍କ ବିବାହ

ସୁବର୍ଣ୍ଣପୁର: ପ୍ରେମିକାକୁ ଭେଟିବାକୁ ଆସି ଲକ୍‌ଡାଉନରେ ଫସିଲେ ପ୍ରେମିକ । ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଳା ବୀରମହାରାଜପୁର ଥାନା ଦାଦରପାଲି ଗାଁରେ ।  ସୂଚନା ଅନୁଯାୟୀ ଉଲୁଣ୍ଡା ଥାନା ଗଇଲଗୁଡି ଗାଁର କାର୍ତ୍ତିକ ଝାଙ୍କର ଗତକାଲି ଦୁର୍ଜନତଇଲା ପଞ୍ଚାୟତ ଦାଦରପାଲି ଗାଁକୁ ନିଜ ପ୍ରେମିକାକୁ ଭେଟିବାକୁ ଆସିଥିଲେ ।

ହେଲେ ଠିକ୍ ସେହି ସମୟରେ ଝିଅର ପରିବାର ଲୋକେ କାର୍ତ୍ତିକକୁ ଦେଖି କାବୁ କରିଦେଇଥିଲେ। ଘଟଣା ପ୍ରଘଟ ହେବାପରେ ପଞ୍ଚାୟତରେ ଏ ଖବର ଜଣାପଡିଥିଲା । ଏହାପରେ ବୈଠକ ଡକାଯାଇ ଆଲୋଚନା କରିବା ପରେ ଗାଁରେ ଥିବା ଭାଗବତ ମନ୍ଦିରରେ ଉଭୟଙ୍କ ବିବାହ କରାଇଥିଲେ ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.