ରଂ ନମ୍ବରରେ ହୋଇଥିଲା ପ୍ରେମ, ପ୍ରେମିକାକୁ ୧୦୦ କିଲୋମିଟର ସାଇକେଲରେ ଆଣିବା ହେଲା ବୃଥା

କେନ୍ଦ୍ରାପଡା (କେନ୍ୟୁଜ); ପ୍ରେମ ଶାଶ୍ବତ, ପ୍ରେମ ଚିରନ୍ତନ ଆଉ କେତେବେଳେ ପ୍ରେମ ଅନ୍ଧ । ପ୍ରେମ ଆଗରେ ସବୁକିଛି ହାର ମାନିଛି । ପ୍ରେମ ପାଇଁ ନିଜ ଜୀବନ ହାରିଥିବା ଘଟଣା ଗଣମାଧ୍ୟମରେ ଅନେକ ପ୍ରକାଶ ପାଇଛି । କିଏ ପ୍ରେମରେ ବିଫଳ ହୋଇ ଜୀବନ ହାରିଛି ତ କେତେବେଳେ ପ୍ରେମରେ ପରିବାର ବିରୋଧୀ ହେଲେ ପ୍ରେମୀଯୁଗଳ ଏକାସାଙ୍ଗରେ ଜୀବନ ହାରୁଛନ୍ତି । ସେହି ପ୍ରେମକୁ ନେଇ ଏମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ। ଯାହାକୁ ଆପଣ କେବେ ଶୁଣି ନଥିବେ।

କେନ୍ଦ୍ରାପଡା ବାରୋ ଅଞ୍ଚଳର ଜଣେ ୨୩ ବର୍ଷ ର ଯୁବକ ରଂ ନମ୍ବରରେ କଥା ହୋଇ ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଛପାଲିର ଜଣେ ଝିଅକୁ ପ୍ରେମ କରି ବସିଲେ। ଝିଅର ପ୍ରେମ ନିବେଦନ ଓ ଅନୁରୋଧ କ୍ରମେ କେନ୍ଦ୍ରାପଡାରୁ ଯାଇ ଛପାଲିରୁ ରାତି ଅଧରେ ପ୍ରେମିକାକୁ ସାଇକେଲରେ ସାଙ୍ଗରେ ଧରି ୧୦୦ କିଲୋମିଟର ନେଇ ଆସି ଘରେ ପହଞ୍ଚିଥିଲେ।

ଏହା ପରେ ଜଣାପଡିଥିଲା ଯେ ଝିଅଟି ନାବାଳିକା । ଝିଅକୁ ବିବାହ ପାଇଁ ବୟସ ହୋଇନଥିଲା। ଏକଥା ପୁଅର ବାପା ଜାଣିବା ପରେ ଆଇନକୁ ସମ୍ମାନ ଜଣାଇବା ସହିତ ପୁଅର ଭୁଲ କୁ ପ୍ରଶୟ ନଦେଇ ନାବାଳିକା ଝିଅକୁ ସ୍ଥାନୀୟ ନିକିରାଇ ଥାନାରେ ଜିମା ଦେଇଥିଲେ। ୧୮ ବର୍ଷ ନ ହୋଇଥିବାରୁ ଝିଅକୁ ସସମ୍ମାନ ତାଙ୍କ ଘରେ ଛାଡ଼ିଥିଲେ। ତେବେ ବର୍ତ୍ତମାନ ସମୟରେ ଆଇନର ଗଳାବାଟ ଦେଇ ଅନେକ ଶିକ୍ଷିତ ଯୁବକ ଖସିବାକୁ ଚେଷ୍ଟା କରୁଥିବା ବେଳେ ପୁଅର ବାପାଙ୍କର ଏପରି କାର୍ଯ୍ୟ ସମାଜ ଆଗରେ ଉଦାହରଣ ସାଜିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.