ଢଳିଗଲା ବସ, ଅଳ୍ପକେ ବର୍ତ୍ତିଲେ ୨୫ରୁ ଅଧିକ ଯାତ୍ରୀ

ଉଦଳା : ଯାତ୍ରୀ ନେଇ ଗନ୍ତବ୍ୟ ସ୍ଥଳକୁ ଯାଉଥିଲା ବସ । ହେଲେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଢଳିଗଲା ବସ । ଅଳ୍ପକେ ବର୍ତ୍ତି ଗଲେ ୨୫ ରୁ ଅଧିକ ଯାତ୍ରୀ । କପ୍ତିପଦା ଥାନା ଜଡିଦା ଛକ ନିକଟରେ ଘଟିଛି ଏଭଳି ଘଟଣା। ଉଦଳାରୁ ଠାକୁରମୁଣ୍ଡା ଯାଉଥିବା ନୀଳମାଧବ ବସ ଉଦଳା – କେଉଁଝର ରାସ୍ତାର ଜଡିଦା ଛକ ନିକଟରେ ରାସ୍ତା ପାର୍ଶ୍ଵକୁ ଢଳି ପଡିଥିଲା।
ଭାରସାମ୍ୟ ହରାଇ ବସଟି ରାସ୍ତା ପାର୍ଶ୍ଵକୁ ଢଳି ପଡ଼ିଥିବା ବେଳେ ଏକ ଗଛ ଉପରେ ବସଟି ଆଉଜି ହୋଇ ରହିଥିଲା । ଯାହା ଫଳରେ ବସ ଓଲଟାଇବାରୁ ବଞ୍ଚାଇଥିଲା ଗଛ । ବସ ଭିତରେ ଥିବା ୨୫ ରୁ ଉର୍ଦ୍ଧ ଯାତ୍ରୀ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି । ତେବେ ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।