ଖଣ୍ଡଗିରି ଛକ ନିକଟରେ ଜଳି ଗଲା କାର

ଭୁବନେଶ୍ବର(କେନ୍ୟୁଜ୍): ଖଣ୍ଡଗିରି ଛକ ନିକଟରେ ଜଳି ଗଲା ଏକ ଟାଭେରା । ଗାଡ଼ିର ଇଞ୍ଜିନ ଥିବା ସ୍ଥାନରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା ଫଳରେ ଏହି ଅଗ୍ନି କାଣ୍ଡ ଘଟିଥିବା ସୂଚନା ରହିଛି। ଗାଡ଼ିଟି ୫ଜଣ ଯାତ୍ରୀ ନେଇ ଖୋର୍ଦ୍ଧା ଆଡ଼କୁ ଯାଉଥିବା ବେଳେ ଖଣ୍ଡଗିରି ଛକରେ ଗାଡ଼ିକୁ ପାର୍କିଂ କରି ଡ଼୍ରାଇଭର ଯାଇଥିବା ବେଳେ ନିଆଁ ଲାଗି ଯାଇଥିଲା। ଏହା ପରେ ଯାତ୍ରୀ ମାନେ ଓହ୍ଲାଇ ଆସିଥିଲେ।

ସେଠାରେ ମୃତୟନ ହୋଇଥିବା ଟ୍ରାଫିକ ପୋଲିସ କନେଷ୍ଟ ବଳ ଅନିଲ କୁମାର ଭୋଇ ସଙ୍ଗେ ସଙ୍ଗେ VHF ଯୋଗେ ଦମକଳ ବାହୀନି ଓ ପିସିଆରକୁ ଡାକିଥିଲେ। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିଲେ।