ଭାରସାମ୍ୟ ହରାଇ ଘର ଭିତରକୁ ମାଡ଼ିଗଲା କାର୍, ବର୍ତ୍ତିଗଲେ ପରିବାରର ୭ ସଦସ୍ୟ

ବିନିକା : ଭାରସାମ୍ୟ ହରାଇ ଘର ଭିତରକୁ ମାଡ଼ିଗଲା କାର୍ । ଅଳ୍ପକେ ବର୍ତ୍ତିଗଲେ ଘରେ ଥିବା ୭ ଜଣ ସଦ୍ୟସ । ସୋନପୁର-ବିନିକା ମୁଖ୍ୟରାସ୍ତା ସଂସାମୁରା ଛକରେ ଏହି ଦୁର୍ଘଟଣା ଘଟିଛି।
ଆଜି ସକାଳେ ସୋନପୁର ଆଡ଼ୁ ଦ୍ରୁତ ଗତିରେ ଏକ କାର ଆସି ରାସ୍ତାକଡ଼ରେ ଥିବା ସଂସାମୁରା ଗାଁର ଦୁର୍ଯୋଧନ ସାଥୁଆଙ୍କ ଘର ଭିତରକୁ ପଶିଯାଇଥିଲା । କାର ଧକ୍କାରେ ଘରଟି ଭାଙ୍ଗି ଚୁରମାର ହୋଇଯାଇଛି । ତେବେ ବଡ଼ ଦୁର୍ଘଟଣାରୁଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାରର ୭ ଜଣ ସଦସ୍ୟ । ଏଥିରେ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ କାର ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇଯାଇଛି । କାର୍ ରେ ମାଦକ ଦ୍ରବ୍ୟ ଥିବା ସନ୍ଦେହ କରାଯାଉଛି।