ଗାଈକୁ ଧକ୍କା ଦେଇ ଦୋକାନ ଭିତରେ ପଶିଗଲା କାର୍, ୫ ଅଟକ

ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଗଲା କାର୍ । ଦୁର୍ଘଟଣାରେଗୋଟିଏ ଗାଈର ମୃତ୍ୟୁ ହୋଇଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବସଷ୍ଟାଣ୍ଡ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ୫ଜଣଙ୍କୁ ଅଟକ ରଖାଯାଇଛି ।

ଧର୍ମଗଡ଼ (କେନ୍ୟୁଜ): ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଗଲା କାର୍ । ଦୁର୍ଘଟଣାରେଗୋଟିଏ ଗାଈର ମୃତ୍ୟୁ ହୋଇଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବସଷ୍ଟାଣ୍ଡ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ୫ଜଣଙ୍କୁ ଅଟକ ରଖାଯାଇଛି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ତିନି ଛକରେ ଥିବା ଏକ ଦୋକାନ ଭିତରକୁ ପଶିଗଲା କାର୍ । ଦୁର୍ଘଟଣାରେ ଗୋଟିଏ ଗାଈର ମୃତ୍ୟୁ ହୋଇଛି । କାରଟି ଭବାନୀପାଟଣାରୁ ଧର୍ମଗଡ ଯାଉଥିବା ବେଳେ ଏପରି ଘଟିଛି । ଦୁର୍ଘଟଣା ପରେ କାରରେ ଥିବା ୫ଜଣଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ଏହି ସମୟରେ ଦୋକାନ ଭିତରେ କେହି ନଥିଲେ। କିନ୍ତୁ ଦୁର୍ଘଟଣାରେ ଗାଡ଼ି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ପୋଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.