ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଅଟୋ, ୭ ଆହତ

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ସହର ନିକଟରେ ଥିବା ଲେଡବନ୍ଧ ଘାଟିରେ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡିଛି । ଫଳରେ ସେଥିରେ ଯାତ୍ରା କରୁଥିବା ୧୦ ଜଣ ଯାତ୍ରୀ ଙ୍କ ମଧ୍ୟରୁ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ମହିଳା ଏବଂ ୩ ଜଣ ପୁରୁଷ ଅଛନ୍ତି।

ଆହତ ମାନଙ୍କୁ ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା କରାଯାଉଛି। ଅଟୋଟି ଲୁହାଗୁଡିରୁ ମୋହନା ଆସୁଥିବା ବେଳେ ଚକ ଫାଟି ଯିବା ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିବା ସୂଚନା ମିଳିଛି।

Leave A Reply

Your email address will not be published.