ନବ ଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ଗଡିଲା ଚତୁର୍ଦ୍ଧାମୂରତିଙ୍କ ରଥ

ପୁରୀ: ଆରମ୍ଭ ହୋଇଯାଇଛି ରଥ ଟଣା ।  ପହଣ୍ଡି ସରିବା ପରେ ସରିଥିଲା ତିନି ଠାକୁରଙ୍କ ରଥରେ ଛେରା ପହଁରା ନୀତି ।  ଆଉ ଏହାରି ଭିତରେ କରୋନା କଟକଣା ଭିତରେ ଆରମ୍ଭ ହୋଇଛି ମହାବାହୁଙ୍କ ରଥଟଣା । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଆଜି ହେଉଛି ବାହୁଡାଯାତ୍ରା । ନବ ଦିନାତ୍ମକ ଲୀଳା ଖେଳା ସାରି ଜନ୍ମବେଦୀରୁ ପୁଣି ଆଜି ରତ୍ନବେଦୀକୁ ଫେରୁଛନ୍ତି କାଳିଆ ଠାକୁର।

ପରମ୍ପରା ଅନୁସାରେ, ପ୍ରଥମେ ଆରମ୍ଭ ହୋଇଥିଲା ବଡଠାକୁର ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା । ରଥାରୁଢ ବଡଠାକୁରଙ୍କ ରଥକୁ ସେବାୟତମାନେ ଟାଣି ନେଇଥିଲେ। ଏହାପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଟଣା ଯାଇଥିଲା । ଏହାପରେ ଶେଷରେ କାଳିଆର ନନ୍ଦିଘୋଷର ରଥ ଟଣାଯାଇଛି । ଏହି ଅବସରରେ ଘଣ୍ଟ, ଘଣ୍ଟା, କାହାଳି ଓ ମୃଦଙ୍ଗ ବାଦ୍ୟରେ କମ୍ପିଉଠୁଛି ଶରଧାବାଲି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.