କାଜୁ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ
ଗଞ୍ଜାମ ଆସିକା ଥାନା କୋଟିବାଡି ଗ୍ରାମର ବଡ଼ନଦୀ ନିକଟରେ ଥିବା କାଜୁ ଜଙ୍ଗଲରେ ପଡିଛି ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ । ମୃତଦେହଟିର ପରିଚୟ ଏଯାଏଁ ମିଳିପାରିନି ।

ଆସିକା (କେନ୍ୟୁଜ): ଗଞ୍ଜାମ ଆସିକା ଥାନା କୋଟିବାଡି ଗ୍ରାମର ବଡ଼ନଦୀ ନିକଟରେ ଥିବା କାଜୁ ଜଙ୍ଗଲରେ ପଡିଛି ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ । ମୃତଦେହଟିର ପରିଚୟ ଏଯାଏଁ ମିଳିପାରିନି । କିଛି ଦୂରରେ ଗୋଟିଏ ବାଇକ ରହିଥିବା ଦେଖୁବାକୁ ମିଳିଛି । ବ୍ୟକ୍ତି ଜଣଙ୍କ କିଏ,କାହିଁକି ଓ କେମିତି ମୃତ୍ୟୁ ହେଲା ତାର ତଦନ୍ତ କରୁଛି ଆସିକା ପୋଲିସ ।
ସୂଚନା ଅନୁସାରେ ଆଜି ସକାଳୁ ଗ୍ରାମର କିଛି ବ୍ୟକ୍ତି କାଜୁ ଜଙ୍ଗଲକୁ ଯିବା ସମୟରେ ଗଳିତ ମୃତଦେହ ପଡିରହିଥିବା ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ଆସିକା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଯାହା ଅନୁମାନ କରାଯାଉଛି, କେହି ହତ୍ୟା ପରେ ଫୋପାଡିଦେଇଛି ।