ରାସ୍ତାକଡରେ ନାଳରେ ଭାସୁଛି କୁକୁଡ଼ା, ସ୍ଥାନୀୟ ଲୋକେ ଭୟଭୀତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ନରସିଂହପୁର ଗ୍ରାମରେ ଦେଖା ଯାଇଛି କୁକୁଡ଼ା ମୋଡ଼କ। ଯାହାକି ବସ୍ତାରେ ବନ୍ଧା ଯାଇ ନାଳ ଓ ରାସ୍ତା କଡ଼ରେ ଭସା ଯାଇଛି। ଏହାକୁ ଦେଖିଲା ପରେ ଲୋକେ ଭୟଭୀତ ହୋଇଛନ୍ତି । ଏହି କୁକୁଡ଼ା ଗୁଡ଼ିକୁ କୁକୁର ଓ ବିଲୁଆ ଖାଉଥିବା ହେତୁ ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧ ପରିବେଶ ସୃଷ୍ଟି ହେଉଛି । ନରସିଂହପୁର ଗାଁରେ ପ୍ରାୟ 30ରୁ ଉର୍ଦ୍ଧ କୁକୁଡ଼ା ଫାର୍ମ ଥିବା ବେଳେ ଏହା କେଉଁ ଫାର୍ମର କୁକୁଡ଼ା ଜଣା ପଡ଼ି ନାହିଁ । ଯେଉଁ କୁକୁର ମାନେ ଏହି କୁକୁଡ଼ା କୁ ଖାଇ ଗାଁ ଭିତରକୁ ଆସୁଛନ୍ତି ତାହାକୁ ଦେଖି ଭୟକରୁଛନ୍ତି ଗାଁଲୋକ ।

ବାର୍ଡ ଫ୍ଲୁ ଆଶଙ୍କା ଥିବାରୁ ଏହାର ତଦନ୍ତ କରାଯାଇ ଏହାକୁ ପୋତିବା ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀମାନେ ଦାବି କରୁଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଅନେକ କୁକୁଡ଼ା ଚାଷୀ ଏବେ ଚିନ୍ତାରେ । ଖବର ପାଇ ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଣା ସମ୍ପର୍କରେ ତଦନ୍ତ କରୁଛନ୍ତି । କୁକୁଡ଼ାର ନମୁନା ସଂଗ୍ରହ କରାଯାଇ ଲୋକଙ୍କୁ ସଚେତନ କରାଯିବା ନେଇ ବାର୍ତ୍ତା ଦେଇଛନ୍ତି।

You might also like