ରାଜ୍ୟର ୪ ନୂଆ ବିମାନ ବନ୍ଦରରେ ୫୦ ଅଗ୍ନିଶମ ସେବା କର୍ମଚାରୀ ନିଯୁକ୍ତିକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟର ୪ ନୂଆ ବିମାନ ବନ୍ଦରରେ ୫୦ ଅଗ୍ନିଶମ ସେବା କର୍ମଚାରୀ ନିଯୁକ୍ତି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମୁମୋଦନ ପ୍ରଦାନ କରିଛନ୍ତି। ‘ଉଡାନ୍’ ଯୋଜନା ଅଧୀନରେ ଥିବା ବିମାନବନ୍ଦରଗୁଡ଼ିକ ହେଉଛି ଝାରସୁଗୁଡ଼ା, ଉତକେଲା, ରାଉରକେଲା ଏବଂ ଜୟପୁର। ଏହି ୫୦ଟି ପଦବୀ ପାଇଁ ଯୋଗ୍ୟ ବିବେଚିତ ୯ ଜଣ ଲେଖାଏଁ ବ୍ୟକ୍ତି ଉତକେଲା ଓ ଜୟପୁରରେ ଏବଂ ୧୬ ଜଣ ଲେଖାଏଁ ଝାରସୁଗୁଡ଼ା ଓ ରାଉରକେଲାରେ ନିୟୋଜିତ ହେବେ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ନିକଟରେ ତିନୋଟି ଅଗ୍ନିଶମ କେନ୍ଦ୍ର ରାଜ୍ୟର ତିନୋଟି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହୋଇଛି । କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲରେ ତିନୋଟି ଅଗ୍ନିଶମ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଏହା ବ୍ୟତୀତ ଭଦ୍ରକର ତିହିଡି ଏବଂ ଯାଜପୁର ଜିଲ୍ଲାର ବରୁଆଁରେ ଫାୟାର ଷ୍ଟେସନ୍ କାର୍ଯ୍ୟକ୍ଷମ ହୋଇଛି। ଏହି ଷ୍ଟେସନଗୁଡିକ ଅନ୍ୟାନ୍ୟ ଫାୟାର ଷ୍ଟେସନରେ କର୍ମଚାରୀଙ୍କ ଦ୍ୱାରା ଚାଲୁଥିଲା। ଗତ ଡିସେମ୍ବର ମାସରେ ରାଉରକେଲା ବିମାନବନ୍ଦରରେ ୧୬ ଜଣ ଅଗ୍ନିଶମ ସେବା କର୍ମଚାରୀ ନିୟୋଜିତ ହୋଇଛନ୍ତି।