ଉତ୍କଳ ଦିବସରେ ଖୁସି ଖବର, କାଲିଠୁ ଦୁବାଇକୁ ସିଧା ଫ୍ଲାଇଟ୍‌ ଉଡାଣର ଟିକେଟ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଉତ୍କଳ ଦିବସରେ ଟିକେଟ୍‌ ବିକ୍ରୀର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।ମେ ୧୫ ତାରିଖରେ ଦୁବାଇକୁ ପ୍ରଥମ ବିମାନ ଉଡ଼ିବ।  ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦୁବାଇକୁ ଉଡିବ ବିମାନ।ଏହା କେବଳ ଏକ ଆନ୍ତର୍ଜାତିକ ଉଡାଣ ନୁହଁ ବଂର ଓଡ଼ିଶାର ବଡ଼ ଲମ୍ଫ।  ଲୋକ ଓ ସଂସ୍କୃତିକୁ ଯୋଡ଼ିବା ସହ ବଜାର ଓ ନିବେଶକୁ ଅଧିକ ନିକଟତର କରିବ

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତାକାଲି ଦୁବାଇକୁ ସିଧା ଫ୍ଲାଇଟ୍‌ । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦୁବାଇକୁ ସିଧାସଳଖ ବିମାନ ଉଡିବ । ଏଥିପାଇଁ କାଲିଠୁ ଟିକେଟ ବିକ୍ରୀ ଆରମ୍ଭ ହେବ । ଉତ୍କଳ ଦିବସ ଅବସରରେ ଟିକେଟ୍‌ ବିକ୍ରୀର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେ ୧୫ ତାରିଖରେ ଦୁବାଇକୁ ପ୍ରଥମ ବିମାନ ଉଡ଼ିବ ।

ଏହା କେବଳ ଏକ ଆନ୍ତର୍ଜାତିକ ଉଡାଣ ନୁହଁ ବଂର ଓଡ଼ିଶାର ବଡ଼ ଲମ୍ଫ । ଏହି ବିମାନ ଚଳାଚଳ ଲୋକ ଓ ସଂସ୍କୃତିକୁ ଯୋଡ଼ିବା ସହ ବଜାର ଓ ନିବେଶକୁ ଅଧିକ ନିକଟତର କରିବ ।

Leave A Reply

Your email address will not be published.