କାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ପୁରୀ (କେନ୍ଯୁଜ୍): କାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ସକାଳ ୯ଟା ୩୦ରେ ପୁରୀରେ ପହଁଚିବେ । ୯ଟା ୪୫ରୁ ୧୦ଟା ମଧ୍ୟରେ ଶିଳା ବିଜେ ହେବ । ଏହା ପରେ ସକାଳ ୧୦ଟା୧୫ରୁ ସାଢେ ୧୦ଟା ମଧ୍ୟରେ ଶିଳା ସ୍ଥାପନ ହେବ । ପରେ ୧୦ଟା ୧୦ଟା ୪୫ରୁ ୧୧ ମଧ୍ୟରେ ପୂର୍ଣ୍ଣାହୁତି ଦିଆଯିବ । ଏହି ଅବସରରେ ପରିକ୍ରମା ପ୍ରକଳ୍ପର ଅନାବରଣ କାର୍ଯ୍ୟ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଓ ଏସ୍‌ପି ।

ଆଜି ମଧ୍ୟ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଥିବା ଯଜ୍ଞ ବେଦିରେ ପୁରୋହିତ ମାନଙ୍କ ଦ୍ୱାରା ଯଜ୍ଞ ଓ ପୂଜାର୍ଚ୍ଚନା ଚାଲିଛି। ସୂର୍ଯ୍ୟ ପୂଜା ସହ ହୋ ପୂଜାର ଆୟୋଜନ କରାଯାଇଛି। ଆସନ୍ତାକାଲି ଯଜ୍ଞର ପୂର୍ଣ୍ଣାହୂତି ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ପ୍ରକଳ୍ପ ପାଇଁ ଜମିଦାନ କରିଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରିବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ସମୟରେ ଶ୍ରଦ୍ଧାଳୁମାନେ ବଡ଼ ଦେଉଳକୁ ଉତ୍ତର ଦ୍ୱାର ପରିବର୍ତ୍ତେ ସିଂହଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିବେ ।

Leave A Reply

Your email address will not be published.