ଜନ୍ମ କଲା ଛୁଆକୁ ରଖିଦେଲା ଘର ମାଲିକ: ଆଜି ଝିଅର ଜନ୍ମଦିନ, ଝୁରୁଛି ମାଆ

ଭୁବନେଶ୍ୱର (କେନ୍ୟୁଜ): ନିଜ ଜନ୍ମ କଲା ଝିଅକୁ ଝୁରୁଛି ମାଆ। ଆଜି ଝିଅର ଜନ୍ମଦିନ । ଝିଅକୁ ଉଦ୍ଧାର କରିବାକୁ ପୋଲିସ ଓ ଚାଇଲଡ ଲାଇନ ଟିମ ଘଟଣାସ୍ଥଳକୁ ଯାଇ ଖାଲି ହାତରେ ଫେରିଛନ୍ତି । ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ।

ଅଭିଯୋଗ ଅନୁଯାୟୀ, ଆଖଣ୍ଡଳମଣି ବସ୍ତିର ସନ୍ତୋଷ ପ୍ରଧାନ ଓ ତାଙ୍କ ପତ୍ନୀ ମନ୍ଦୋଦରୀଙ୍କ ୮ ବର୍ଷର ଝିଅ ବାବୁଲା ବିଶୋୟୀଙ୍କ ଘରେ ରହୁଥିଲା । ହେଲେ ପରବର୍ତ୍ତୀ ସମୟରେ ସେ ଆଉ ଝିଅକୁ ନ ଛାଡ଼ିବାରୁ ସନ୍ତୋଷ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ଡିସିପିଙ୍କ ଅଫିସକୁ ମଧ୍ୟ ଫେରାଦ ହେବାକୁ ଯାଇଥିଲେ । ଚାଇଲଡ ଲାଇନକୁ ମଧ୍ୟ ଜଣାଇଥିଲେ । ହେଲେ ପୋଲିସ ଓ ଚାଇଲଡ୍‌ ଲାଇନ ଟିମ୍‌ ଆଜି ବସ୍ତିରେ ପହଞ୍ଚି ଝିଅକୁ ଖୋଜାଖୋଜି କରିଥିଲେ । ହେଲେ ବାବୁଲା ବିଶୋୟୀ ଘରେ ତାଲା ଝୁଲୁଥିଲା । ଫଳରେ ପୋଲିସ ଖାଲି ହାତରେ ଫେରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.