ରୂପାର ସହର କଟକ ଏବେ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ

 କଟକ : ରୂପାର ସହର କଟକ ଏବେ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ।  କଟକ ସହର ରେ ୧୭୦ ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ଦୁର୍ଗାପୂଜା ବହୁ ଆଡମ୍ବରରେ ପାଳନ କରାଯାଉଛି । ୩୪ ଟି ମଣ୍ଡପରେ ଚାନ୍ଦି ମେଢ଼ ସହ,୯ ଟି ମଣ୍ଡପରେ ସୁନା ଅଳଙ୍କାରରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି ଜଗତ ଜନନୀ ମା। ଆଜି ମହାସପ୍ତମୀ । ଭକ୍ତ ମାନେ ପୂଜା ମଣ୍ଡପ ବୁଲି ଜଗତ ଜନନୀ ମା ଙ୍କୁ ଦର୍ଶନ କରିବା ସହ ବୁଲା ବୁଲି କରି ରଙ୍ଗ ବେରଙ୍ଗୀ ଲାଇଟର ସାଜ ସଜ୍ଜା ଓ ସୁଉଚ୍ଚ ତୋରାଣ ର ମଜା ନେଉଛନ୍ତି ।ଭକ୍ତ ମାନେ କଟକ ଖାନ ନଗର ମା ଙ୍କୁ ଦର୍ଶନ କରିବା ସହ ପୂଜା କମିଟି ପକ୍ଷରୁ ହୋଇଥିବା ବୈଷ୍ଣବ ଦେବୀ ଙ୍କ ସୁଉଚ୍ଚ ତୋରଣ ଓ ମିନାବଜାର ର ମଜା ନେଉଛନ୍ତି।

କଟକରେ ଶାରଦୀୟ ପୂଜା ଓ ଭସାଣି ପାଇଁ ଆସିଲା କଡା ନିୟମ ।  ଦଶହରାରେ ରୁମାଲ କି ଗାମୁଛା ଧରି ନାଚିବା ମନା । ଦଶହରା ଭସାଣିରେ ନାଚିବା ନେଇ ପୋଲିସ ପକ୍ଷରୁ କଟକଣା ଜାରି ହୋଇଛି ।  ରୁମାଲ କି ଗାମୁଛା ହଲାଇ ନାଚି ପାରିବେନି ସାହି ଯୁବକ । ଶୋଭାଯାତ୍ରାରେ ମହିଳାଙ୍କ ନାଚକୁ ମଧ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ କଲା ଗ୍ରାମାଞ୍ଚଳ ପୋଲିସ । କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଶାରଦୀୟ ଦୁର୍ଗାପୂଜା ଗ୍ରାମାଞ୍ଚଳର ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।  ଏଥିରେ ବ୍ୟତିକ୍ରମ କଲେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ।

ସେହିପରି ଶୋଭାଯାତ୍ରାରେ ସାମିଲ ହୋଇଥିବା ଲୋକ କୌଣସି ପ୍ରକାର ମାଦକ ଦ୍ରବ୍ୟ ଯଥା ଭାଙ୍ଗ, ଗଞ୍ଜେଇ, ବ୍ରାଉନ୍ସୁଗାର ଇତ୍ୟାଦି ଖାଇପାରିବେ ନାହିଁ କିମ୍ବା ସାଙ୍ଗରେ ଆଣିବେ ନାହିଁ । ଯଦି କେହି ମାଦକ ଦ୍ରବ୍ୟ ଖାଇଥିବାର କିମ୍ବା ପାଖରେ ରଖିଥିବାର ସନ୍ଦେହ କରାଯାଏ ତାହାହେଲେ ତାଙ୍କୁ ଶୋଭାଯାତ୍ରାରୁ ବହିଷ୍କୃତ କରାଯିବ । ଏଥିରେ ବାଧାଦେଲେ ଆଇନ୍ ଅନୁଯାୟୀ ଦଣ୍ଡନୀୟ ହେବେ ।

You might also like