ପିପିଲି ଉପନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ, କୋଭିଡ ଗାଇଡଲାଇନ ଅନୁସାରେ ହେବ ପରିଚାଳନା

ପିପିଲି (କେ.ନ୍ୟୁଜ): ପିପିଲି ଉପ-ନିର୍ବାଚନ ତାରିଖ ଘୋଷଣା ସହ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି। ସାରା ପୁରୀ ଜିଲ୍ଲାରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । କୋଭିଡ ଗାଇଡଲାଇନ ଅନୁସାରେ ହେବ ଉପନିର୍ବାଚନ ପରିଚାଳନା । ଗୋଟିଏ ବୁଥରେ ୧ ହଜାରରୁ ଅଧିକ ମତଦାତା ରହିପାରିବେ ନାହିଁ । ସମୁଦାୟ ୩୪୮ ବୁଥ୍ କରାଯାଇଛି । ୭୫ଟି ଅଧିକ ସହାୟକ ବୁଥ୍ କରାଯାଇଛି ।

ଭିଭିପାଟ ମେସିନ ଓ ଇଭିଏମଗୁଡ଼ିକର ଟେକନିକାଲ ଚେକ୍ ସରିଛି। ନୋମିନେସନ ବେଳେ ପ୍ରାର୍ଥୀ ୨ ରୁ ଅଧିକ ଗାଡି ବ୍ୟବହାର କରିପାରିବେ ନାହିଁ । ପୋଲିଂ ଦିନ ବୁଥ ସାନିଟାଇଜ କରାଯିବ । ଲକ୍ଷଣ ଥିବା ଭୋଟରଙ୍କୁ ଶେଷ ୧ ଘଣ୍ଟାରେ ଭୋଟ ଦେବାକୁ ସୁଯୋଗ ଦିଆଯିବ । ସମସ୍ତ ପୋଲିଂ ଅଫିସରଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଗଣନା କରାଯିବ । ସେମାନଙ୍କୁ ମଧ୍ୟ ଟିକା ଦିଆଯିବ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.