ଦେଶରେ ହେବ ସ୍ୱାଭାବିକ ମୌସୁମୀ ବର୍ଷା, ଜୁନ ମାସରେ ରହିବ ନିଅଣ୍ଟିଆ

ଭାରତୀୟ ପାଣିପାଗ ବିଭାଗର ଦ୍ୱିତୀୟ ସ୍ତର ଦୀର୍ଘ ଅବଧି ଆକଳନରୁ ଏହା ଜଣାପଡ଼ିଛି । ସାରା ଦେଶରେ ମୌସୁମୀ ଋତୁରେ ଲଙ୍ଗ ପିରିୟଡ ଆଭରେଜ-LPAରେ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ମଧ୍ୟରେ ବର୍ଷା ସମ୍ଭାବନା ରହିଛି । ଏଥିରେ ମଡେଲ ତ୍ରୁଟି ଯୁକ୍ତ କିମ୍ବା ବିଯୁକ୍ତ ୪ ପ୍ରତିଶତ ହୋଇପାରେ ବୋଲି କହିଛି ଆଇଏମଡି ।

କେନ୍ୟୁଜ୍(ବ୍ୟୁରୋ): ଏଥର ଦେଶରେ ସ୍ୱାଭାବିକ ମୌସୁମୀ ବର୍ଷା ହେବ । ୨୦୨୩ ମୌସୁମୀ ଋତୁରେ ଜୁନରୁ ସେପ୍ଟେମ୍ବର ମଧ୍ୟରେ ସାରା ଦେଶରେ ସ୍ୱାଭାବିକ ବର୍ଷା ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ଦ୍ୱିତୀୟ ସ୍ତର ଦୀର୍ଘ ଅବଧି ଆକଳନରୁ ଏହା ଜଣାପଡ଼ିଛି । ସାରା ଦେଶରେ ମୌସୁମୀ ଋତୁରେ ଲଙ୍ଗ ପିରିୟଡ ଆଭରେଜ-LPAରେ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ମଧ୍ୟରେ ବର୍ଷା ସମ୍ଭାବନା ରହିଛି । ଏଥିରେ ମଡେଲ ତ୍ରୁଟି ଯୁକ୍ତ କିମ୍ବା ବିଯୁକ୍ତ ୪ ପ୍ରତିଶତ ହୋଇପାରେ ବୋଲି କହିଛି ଆଇଏମଡି ।

ଉତ୍ତର-ପୂର୍ବ ଭାରତରେ ସ୍ୱାଭାବିକଠୁ କମ୍‌ ବର୍ଷା ହେବ । ତେବେ ଆଗାମୀ ଜୁନ ମାସରେ ନିଅଣ୍ଟିଆ ବର୍ଷା ସମ୍ଭାବନା ରହିଛି । ଜୁନରେ ଦିନ ତାପମାତ୍ରା ସ୍ୱାଭାବିକଠୁ ଅଧିକ ରହିବ ବୋଲି ଆଇଏମଡି ପୂର୍ବାନୁମାନ କରାଯାଇଛି । ଜୁନ ୪ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି। ଜୁନ୍‌ ୧ ପୂର୍ବରୁ ମୌସୁମୀ ଆଗମନ ନେଇ ସମ୍ଭାବନା ନାହିଁ । ମୌସୁମୀ ସବଳ ହେଲେ ୪ ଜୁନ୍‌ ସୁଦ୍ଧା କେରଳ ଛୁଇଁପାରେ। ପରବର୍ତ୍ତୀ ସପ୍ତାହରେ ଆରବ ସାଗରରେ ସାଇକ୍ଲୋନ ସୃଷ୍ଟିର ସମ୍ଭାବନା ନାହିଁ ।

Leave A Reply

Your email address will not be published.