ସାମ୍ନାକୁ ଆସିବ ଠକ ଦମ୍ପତି ହଂସିତା ଓ ଅନୀଲଙ୍କ ରାଜ୍; ଖୋଳତାଡ଼ ଆରମ୍ଭ କଲା ଇଡି
ଭୁବନେଶ୍ୱର : ହଂସିତା-ଅନୀଲଙ୍କ କଳା ସାମ୍ରାଜ୍ୟରେ ଖୁବ ଶୀଘ୍ର ପଞ୍ଝା ମାରିବ ଇଡି । ଏହି ମାମଲାରେ ମୁଣ୍ଡ ପୂରାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡି ଅଧିକାରୀମାନେ ଏହି ମାମଲାର ତଦନ୍ତ ସଂକ୍ରାନ୍ତୀୟ କିଛି ତଥ୍ୟ କମିଶନରେଟ୍ ପୋଲିସ ଓ ଆୟକର ବିଭାଗ ଠାରୁ ନେଇଛନ୍ତି । ହଂସିତା-ଅନୀଲଙ୍କ ନାଁରେ ହୋଇଥିବା ଏତଲା କପି ନେଇଛନ୍ତି ଇଡି ଅଧିକାରୀ । ବ୍ୟାବସାୟିକ ହିସାବପତ୍ରର କପି ନଥିପତ୍ର ନେଇଛନ୍ତି । ତେଣୁ ଖୁବ ଶୀଘ୍ର ଇଡି ରେଡ୍ କରିବା ସମ୍ଭାବନା ।
ଅନ୍ୟପଟେ ଏହି ମାମଲାରେ କମିଶନରେଟ୍ ପୋଲିସ ତଦନ୍ତ କେତେଦୂର ଯାଇଛି, ସେ ନେଇ ରିପୋର୍ଟ ମାଗିଛନ୍ତି ରାଜ୍ୟ ସରକାର । ଆୟକର ବିଭାଗ ଯାଂଚରୁ ଏହି ଧୂର୍ତ୍ତ ଯୋଡ଼ିଙ୍କ ୧୦୦ କୋଟିର ସଂପତ୍ତି ଠାବ ହେଲାଣି । ଆହୁରି ୬୦ କୋଟିର ହିସାବ ମିଳୁନି । ଠକ ଯୋଡ଼ିଙ୍କ ୩ଟି ଦାମୀ ବିଳାସପୂର୍ଣ୍ଣ କାର ମଧ୍ୟ ଜବତ ହୋଇଛି । ଅନ୍ୟପଟେ ପୁଣି ଥରେ ଉଭୟଙ୍କୁ ପୁଣି ଥରେ ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା କରୁଛି କମିଶନରେଟ୍ ପୋଲିସ । ଉଭୟଙ୍କ ଠାରୁ ଆହୁରି ଅନେକ ତଥ୍ୟ ଆଦାୟ କରିବାକୁ ବାକି ରହିଛି ।
ଅନ୍ୟପଟେ ଗ୍ଲାମରସ ଦେଖାଯିବା ପାଇଁ ହଂସିତା ପ୍ଲାଷ୍ଟିକ ସର୍ଜରୀ କରିଥିଲେ । ଏହି ଅପରେସନ ହେଉଛି ଲିପୋସକସନ ସର୍ଜିରୀ । ଏହାପରେ ହଂସିତାଙ୍କର ପୂରା କାୟା ବଦଳି ଯାଇଥିଲା । ତାଙ୍କ ଓଜନ ୧୦୭ କିଲୋରୁ ୭୦ କିଲୋକୁ ଖସି ଆସିଥିଲା । ଚେହେରା ମଧ୍ୟ ଭଲ କରିବା ପାଇଁ ସେ ସର୍ଜରୀ କରିଥିଲେ । ଠକିବା ପାଇଁ ଚେହେରା ବଦଳାଇଥିଲା ହଂସିତା ।