ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହେବ କୋଭିଡ ଟିକାକରଣ, ସରକାରୀ ହସ୍ପିଟାଲ ଗୁଡିକରେ ଦିଆଯିବ ଟିକା

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ପୁଣି ରାଜ୍ୟରେ ଆରମ୍ଭ ହେବ କୋଭିଡ ଟିକାକରଣ । ମିଳିବ କୋଭିସିଲଡ୍‌ ଟିକା । ରାଜ୍ୟକୁ ଆସିଛି କୋଭିସିଲଡ ଟିକାର ୧ଲକ୍ଷ ଡୋଜ୍‌ । ସବୁ ଜିଲ୍ଲାକୁ ଟିକା ଦିଆଯାଇଛି। ଯେଉଁମାନେ ଦ୍ୱିତୀୟ ବା ବୁଷ୍ଟର ଡୋଜ ନେଇନାହାନ୍ତି ସେମାନଙ୍କୁ ଟିକା ନେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ସମ୍ଭାବ୍ୟ ସଂକ୍ରମଣ ବଢ଼ିବା ଆଶା କରାଯାଉଥିବା ବେଳେ ଏବେ ଯେଉଁମାନେ ଦ୍ୱିତୀୟ ଓ ବୁଷ୍ଟର ନେଇ ନାହାନ୍ତି ସେମାନେ ନିଅନ୍ତୁ ।

ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ଲୋକ ବୁଷ୍ଟର ଡୋଜ ନେଇଛନ୍ତି । ସେପଟେ ଗଞ୍ଜାମ ଜିଲ୍ଲାରେ ୭ ହଜାର କୋଭିସିଲଡ୍‌ ଟିକା ପହଂଚିଛି । ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଦ୍ୱିତୀୟ ଓ ପ୍ରିକସନ୍‌ ଡୋଜ୍‌ ଦିଆଯିବ । ଏଥିପାଇଁ ବ୍ରହ୍ମପୁର ସହର ସମେତ ପ୍ରତିଟି ବ୍ଲକରେ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.