ରାଜ୍ୟ

ସୂକ୍ଷ୍ମ କାରୁକାର୍ଯ୍ୟକୁ ପ୍ରଦର୍ଶନ କରୁଛନ୍ତି କାରିଗର, ଅଞ୍ଚଳ ପାଇଁ ଆଣିଛନ୍ତି ଗୌରବ

ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅଧୁନା ରାମମନ୍ଦିରର ନିର୍ମାଣ ଶୈଳୀ, କାରୁକାର୍ଯ୍ୟ ଓ ଚିତ୍ରକଳା ଅତ୍ୟନ୍ତ ଉଚ୍ଚ କୋଟିର ହେବ ବୋଲି କୁହାଯାଉଛି । ଭାରତର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହରର ବହୁ ସ୍ଥାନରୁ ନିପୁଣ କାରିଗର ମାନେ ଆସି ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ହାତ ବଢ଼ାଇଛନ୍ତି । ସମାନ ଭାବେ ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ, ଔପଦା ବ୍ଲକର ବଉଳଗଡିଆ ଶିଳ୍ପୀଙ୍କ ଭୂମିକା ଏହି ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି । ଏକଦା ଏହି ଅଞ୍ଚଳର ମୁଗୁନି ପଥର ଯାଇ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଲାଗିଥିଲା । ଲୋକକଥା ଅନୁସାରେ ଏହି ଅଞ୍ଚଳର ଶିଳ୍ପୀମାନେ ମଧ୍ୟ ଭିନ୍ନ ଭିନ୍ନ ମନ୍ଦିରରେ ନିଜର ସୂକ୍ଷ୍ମ କାରୁକାର୍ଯ୍ୟକୁ ପ୍ରଦର୍ଶନ କରିଥିଲେ । କିନ୍ତୁ ଆଜି ବାସ୍ତବରେ ବଉଳ ଗଡିଆର ପଥର ଶିଳ୍ପୀ ରାମ ଲଲାଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟରେ ନିଜକୁ ସାମିଲ କରି ରାଜ୍ୟ ତଥା ନିଜ ଅଞ୍ଚଳ ପାଇଁ ଆଣିଛନ୍ତି ଗୌରବ ।

ସାରା ଦେଶରେ ବଉଳଗଡ଼ିଆର ଏକ ସ୍ବତନ୍ତ୍ର ନାମ ସୃଷ୍ଟି ହୋଇଥିବାବେଳେ ଏହି ଗାଁର ଶତାଧିକ ପଥର ଶିଳ୍ପୀ ରାମ ମନ୍ଦିର ମଝିରେ ଓ ଖମ୍ବରେ ପାର୍ଶ୍ୱ ଦେବା ଦେବୀଙ୍କର ମୂର୍ତ୍ତି ନିର୍ମାଣ କରୁଛନ୍ତି । ଯାହା ନୀଳଗିରି ତଥା ଓଡିଶା ରାଜ୍ୟ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ବୋଲି କୁହାଯାଇପାରିବ ।

ପଥର କାରୁକାର୍ଯ୍ୟ ନିର୍ମାଣ ପାଇଁ ତତ୍କାଳୀନ ରାଜ୍ୟ ସରକାର ୧୯୫୫ ମସିହାରେ ବଉଳଗଡ଼ିଆ ପଥର ଶିଳ୍ପୀ ସମିତି ସ୍ଥାପନ କରିଥିଲେ । ସେହି ଦିନ ଠାରୁ ଅଦ୍ୟାବଧି ବାଲେଶ୍ଵର, ଭଦ୍ରକ ଓ କେନ୍ଦୁଝର ବହୁ ଛାତ୍ର ଏଠାରୁ ପଥର ଶିଳ୍ପୀ ଟ୍ରେନିଙ୍ଗ ନେଇ ଏବଂ ପୂର୍ଣ୍ଣାଙ୍ଗ ପଥର ଶିଳ୍ପୀର ମାନ୍ୟତା ଲାଭ କରି କାର୍ଯ୍ୟ କରୁଥିବା ଜଣାଯାଇଛି । ବର୍ତ୍ତମାନ ଏହି ଅଞ୍ଚଳର ଯେଉଁ ଶତାଧିକ ପଥର ଶିଳ୍ପୀ ଅଯୋଧ୍ୟାରେ ହେଉଥିବା ରାମ ମନ୍ଦିର ପାଇଁ କାର୍ଯ୍ୟ କରୁଛନ୍ତି । ଏହି ଗାଁର ଗ୍ରାମବାସୀ, କାର୍ଯ୍ୟ କରୁଥିବା ଶିଳ୍ପୀ, ପରିବାର ଏବଂ ତାଙ୍କ ପତ୍ନୀ ମାନେ କହିଛନ୍ତି ଏ ମାଟିର ପୁଅ ମାନେ କୋଟି ଜନ୍ମର ପୂଣ୍ୟ ଫଳ ଯୋଗୁଁ ରାମଲଲାଙ୍କ ମନ୍ଦିର କାର୍ଯ୍ୟ କରିବାରେ ସୁଯୋଗ ପାଇଛନ୍ତି । ଏନେଇ ସମସ୍ତେ ଅତ୍ୟନ୍ତ ଆନନ୍ଦିତ ଓ ଭାଗ୍ୟବାନ ବୋଲି ମନେ କରୁଛନ୍ତି ।

ବଉଳଗଡିଆ ପଥର ଶିଳ୍ପ ଓ ଶିଳ୍ପୀଙ୍କ ଆଜି ବିଶ୍ୱ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ବଉଳଗଡିଆର ପଥର ଶିଳ୍ପୀଙ୍କ ନିହାଣ ମୁନରେ ନିର୍ମିତ ହୋଇଥିବା ସୁନ୍ଦର କଳାକୃତି ଓ ଦେବା ଦେବୀଙ୍କ ମୂର୍ତ୍ତିକୁ ଭାରତ ତଥା ପୃଥିବୀର କୋଟି କୋଟି ରାମଭକ୍ତ ଶ୍ରଦ୍ଧାଳୁ ଦର୍ଶନ କରିବେ ଏବଂ ଉଚ୍ଚ ପ୍ରଶଂସା ମଧ୍ୟ କରିବେ ଏଥିରେ ସନ୍ଦେହ ନାହିଁ । ଯାହା ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ ହୋଇ ରହିବ।

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago