ଜାଲ୍ ମେସେଜ ଦେଇ ଦେଶର ବିଭିନ୍ନ ଅଞ୍ଚଳରୁ ଲୋକଙ୍କୁ ଠକୁଥିଲେ ମୟୁରଭଞ୍ଜର ୬ ଅଭିଯୁକ୍ତ, ଗିରଫ କଲା କ୍ରାଇମବ୍ରାଞ୍ଚ 

କଟକ(କେନ୍ୟୁଜ୍):   ଓଡିଶା କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା। ମୟୁରଭଞ୍ଜରେ ଚଢ଼ାଉ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଜାଲ ମେସେଜ ଦେଇ ଦେଶର ବିଭିନ୍ନ ଅଞ୍ଚଳରୁ ଲୋକଙ୍କୁ ଠକେଇ କରୁଥିଲେ। ଓଡିଶା ଏଵଂ ବିହାରରେ ଚାଲିଥିଲା ଏହି ଗ୍ୟାଙ୍ଗ। ଭାରତ ସରକାରଙ୍କ ଟେଲି କମୁନିକେସନ ମନ୍ତ୍ରଣାଳୟ ଏ ନେଇ ଅଭିଯୋଗ କରିଥିଲା। ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଭିସାଲ ଖଣ୍ଡେଲୱାଲ। ଭିସାଲ ସହ ତାପସ ପାତ୍ର, ସୁଧାଂଶୁ ଦାସ, ନିଗମ ପାତ୍ର, ଅଜୁ ପାତ୍ର ଓ ଅଜୟ ପାତ୍ର କ୍ରାଇମବ୍ରାଞ୍ଚ ଦ୍ୱାରା ଧରା ପଡିଲେ।

ସେମାନଙ୍କ ପାଖରୁ ବିପୁଳ ପରିମାଣର ସିମ କାର୍ଡ ଓ ଅନ୍ୟ ସାମଗ୍ରୀ ଜବତ। କ୍ରାଇମବ୍ରାଞ୍ଚ ଏଥିପାଇଁ କରିଥିଲା ସ୍ୱତନ୍ତ୍ର ସ୍କ୍ୱାର୍ଡ। ଟିମରେ ଇନିସ୍ପେକ୍ଟର ଅନୀଲ ଆନନ୍ଦଙ୍କ ସହ ଅନ୍ୟ ଦୁଇ ଇନିସ୍ପେକ୍ଟର, ଜଣେ ଏସଆଇ ଓ ଅନ୍ୟ ଜଣେ ଏଏସଆଇ ଥିଲେ। କ୍ରାଇମବ୍ରାଞ୍ଚର ସାଇବର ଥାନା ଆଇପିସିର ୪୧୯, ୪୨୦, ୪୬୭, ୪୬୮, ୪୭୧, ୧୨୦(ଖ) ଓ ୩୪ ଦଫା ଏବଂ ଆଇଟି ଆକ୍ଟର ଧାରା ୬୬ ସି ଓ ୬୬ ଡ଼ି ରେ ରୁଜ୍ଜୁ କରିଛି ମାମଲା।

 

 

Leave A Reply

Your email address will not be published.