ରାଜ୍ୟ

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାର ଗୁମର ଭେଦୁଛି କ୍ରାଇମବ୍ରାଞ୍ଚ, ‘ରିପୋର୍ଟ ଆସିବା ପରେ ନିଆଯିବ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ’

କେନ୍ୟୁଜ୍(ବ୍ୟୁରୋ): ଦିବଂଗତ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟାର ଗୁମର ଭେଦୁଛି କ୍ରାଇମବ୍ରାଞ୍ଚ । ଏବେ ସାଇକୋ ଆନାଲିସିସ୍‌ ରିପୋର୍ଟକୁ ଅପେକ୍ଷା ରହିଛି । ରିପୋର୍ଟ ଆସିବା ପରେ ତଦନ୍ତର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି କହିଛନ୍ତି ଜଷ୍ଟିସ ଜେପି ଦାସ । ଆଜି କ୍ରାଇମ୍‌ ସ୍ପଟ୍‌ରେ ପହଞ୍ଚି ତଦନ୍ତର ତଦାରଖ କରିଥିଲେ ଜଷ୍ଟିସ ଜେପି ଦାସ । ବ୍ରଜରାଜନଗର ଗାନ୍ଧି ଛକକୁ ଯାଇ ଅନୁଧ୍ୟାନ କରିଥିଲେ । ତାଙ୍କ ସହ ଥିଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ଜଷ୍ଟିସ ଦାସଙ୍କୁ ସେ ଘଟଣାସ୍ଥଳର ଚିତ୍ର ଦେଖାଇଥିଲେ । କେଉଁଠି କ’ଣ ଘଟିଥିଲା ? କେଉଁ ସ୍ଥାନରେ ନବ ଦାସଙ୍କ ଉପରେ ହୋଇଥିଲା ଗୁଳିମାଡ଼ ? ଅଭିଯୁକ୍ତକୁ କେଉଁଠୁ କାବୁ କରାଯାଇଥିଲା ? ସେସବୁ ସ୍ଥାନରେ ଅନୁଧ୍ୟାନ କରିଛନ୍ତି ଜଷ୍ଟିସ ଜେପି ଦାସ । କ୍ରାଇମବ୍ରାଞ୍ଚ ତଦନ୍ତ ତଦାରଖ ଦାୟିତ୍ୱରେ ଅଛନ୍ତି ଜଷ୍ଟିସ୍‌ ଜେ.ପି. ଦାସ ।

ଜଷ୍ଟିସ୍‌ ଦାସଙ୍କ ପୂର୍ବରୁ କ୍ରାଇମ୍‌ ସ୍ପଟ୍‌ରେ ପହଞ୍ଚିଥିଲେ ପୋଲିସ ଡିଜି ସୁନୀଲ କୁମାର ବଂଶଲ । ତଦନ୍ତର ବହୁତ ପ୍ରୋଗ୍ରେସ ହୋଇଛି । ସବୁ ଦିଗରୁ ଘଟଣାର କରାଯାଉଛି ତର୍ଜମା । ତଦନ୍ତ ସରିବା ପାଇଁ ଆହୁରି ସମୟ ଲାଗିବ ବୋଲି କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଜଷ୍ଟିସ ଜେ.ପି. ଦାସଙ୍କ ମନିଟରିଂରେ ଜାରି ରହିଛି ତଦନ୍ତ। ‘SFSL ଓ CFSL ଅଧିକାରୀଙ୍କ ପରାମର୍ଶ ନିଆଯାଉଛି । ସେପଟେ ଆଜି ସରୁଛି ଅଭିଯୁକ୍ତ ଗୋପାଳର ରିମାଣ୍ଡ ଅବଧି । ଦ୍ୱିତୀୟ ପର୍ଯ୍ୟାୟରେ ତାକୁ ୪ ଦିନିଆ ରିମାଣ୍ଡରେ ନେଇ ଅଧିକ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ । ଅଧିକ ଖୋଳତାଡ ପାଇଁ ଗୋପାଳକୁ ପୁଣି ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି। ଗତକାଲି ତାକୁ କ୍ରାଇମ୍‌ ସ୍ପଟ୍‌କୁ ନେଇ ସିନ୍‌ ରିକ୍ରିଏସନ୍‌ କରିଥିଲା କ୍ରାଇମବ୍ରାଞ୍ଚ ।

 

KNews Bureau

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

21 seconds ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

35 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

42 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

58 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago