ରାଜକନିକାରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ରାଜକନିକା: ରାଜକନିକା ଲଜ୍ଜାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏହା ଏକ ଅତି ଜଘନ୍ୟ ଓ ସମ୍ବେଦନଶୀଳ ଘଟଣା । ରେୟାରେଷ୍ଟ ଅଫ୍ ରେୟାର କେସ୍ । ସେଥିପାଇଁ ମାମଲା CAWକୁ ହସ୍ତାନ୍ତର କରାଯାଇଛି । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ କରିଛି କ୍ରାଇମବ୍ରାଞ୍ଚ । ବରିଷ୍ଠ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତର ଅନୁଧ୍ୟାନ ହେବ । ମନିଟର କରୁଛି କ୍ରାଇମବ୍ରାଞ୍ଚ ହେଡକ୍ବାର୍ଟର । ଜିଲ୍ଲା ପୋଲିସ ସଂଗ୍ରହ କରିଥିବା ଡିଜିଟାଲ ଏଭିଡେନ୍ସ, ମେଡିକାଲ ଟେଷ୍ଟ ଓ ସାଇଣ୍ଟିଫିକ୍ ରିପୋର୍ଟକୁ ନେଇ ସରଜମିନ ତଦନ୍ତ ହେବ।

ଦୁଷ୍କର୍ମ ପୀଡ଼ିତାଙ୍କ ବୟାନର ଅଡିଓ ଭିଡିଓ ରେକର୍ଡ କରାଯାଇଛି । ଅଟକ ରଖି ପଚରାଉଚରା ପରେ ଦୁଷ୍କର୍ମ କରିଥିବା ୩ ଶିକ୍ଷକ, ଜଣେ ପିଅନ ଓ ଦୁଷ୍କର୍ମୀଙ୍କୁ ସହଯୋଗ କରିଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କେନ୍ଦ୍ରାପଡ଼ା ପୋଲିସ । ଅଭିଯୁକ୍ତଙ୍କ ବିରୋଧରେ ଲାଗିଛି ଏକାଧିକ ସଂଗୀନ ଦଫା । ଜିଲ୍ଲା ପୋଲିସର ଏକ ଟିମ୍ ଗ୍ରାଉଣ୍ଡ ଜିରୋରେ ଛାନବିନ କରିଛି ।  ଗତ ଦୁଇଦିନ ଧରି ସାରା ରାଜ୍ୟରେ ହଟଚମଟ ସୃଷ୍ଟି କରିଥିବା ଏହି ଘଟଣା ଏବେ ରେଡଫ୍ଲାଗ ଘୋଷଣାର ୬୦ ଦିନ ପରେ ଘଟଣାର ଚାର୍ଜସିଟ ଦାଖଲ ହେବ ।

 

ଆହୁରି ପଢ଼ନ୍ତୁ : ଗାଁରେ ବୁଲୁଛି ହାତୀ, ଭୟଭୀତ ଗ୍ରାମବାସୀ