ଭୁବନେଶ୍ୱର : ବାତ୍ୟା ଦାନା ପ୍ରଭାବରେ ପୁରୀ, ଗଞ୍ଜାମ ଓ ଜଗତସିଂହପୁରରେ ଅତି ପ୍ରବଳ ବର୍ଷା ହେବ । ୨୪ ତାରିଖରେ ବାତ୍ୟା ଓଡ଼ିଶା ଛୁଇଁବ କି ନାହଁ ତାହା ଏବେଠାରୁ ଆକଳନ କରାଯାଇ ପାରିବ ନାହିଁ । ବାତ୍ୟା ଆଶଙ୍କାରେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରଯାଇଥିବା ନେଇ ଏସଆରସି ସୂଚନା ଦେଇଛନ୍ତି ।
ସମ୍ଭାବ୍ୟ ବାତ୍ୟାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ଏନେଇ ସତର୍କ କରାଯାଇଛି । କାଲି ସକାଳେ ସବୁ ଜିଲ୍ଲାପାଳ ନିଜ ଜିଲ୍ଲାର ବାତ୍ୟା ଆଶ୍ରୟସ୍ଥଳର ତଦାରଖ କରିବେ । ଏବେ ଉଦ୍ଧାର କାର୍ଯ୍ୟ ପାଇଁ ଯଥେଷ୍ଟ ଟିମ୍ ଅଛି । ଦୁଇ ସପ୍ତାହ ସମୟ ଥିବା ଗର୍ଭବତୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବାତ୍ୟା ମୁକାବିଲା ପାଇଁ ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ତେବେ ସାଧାରଣ ଲୋକଙ୍କୁ ଅଯଥାରେ ଡରିବାକୁ ମନା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । କାରଣ ଆବଶ୍ୟକ ପଡିଲେ କେନ୍ଦ୍ର ସରକାରଙ୍କ ସହାୟତା ନିଆଯିବ । ଏବେଠାରୁ ଓଡ୍ରାଫ୍ ଆଉ ODRAFକୁ ସଜାଗ କରାଯାଇଛି । ଅଧିକ ଆବଶ୍ୟକ ପଡ଼ିଲେ ଅନ୍ୟ ରାଜ୍ୟ ଓ କେନ୍ଦ୍ରସରକାରଙ୍କୁ ଜଣାଇବୁ ବୋଲି କହିଛନ୍ତି SRC ।