ବଙ୍ଗୋପସାଗରରେ ଆହୁରି ଉଗ୍ର ହେଲା ବାତ୍ୟା,କାଲି ସନ୍ଧ୍ୟାରେ ନେବ ଅତି ଭୀଷଣ ରୂପ

ଉତ୍ତର-ଉତ୍ତର ପୂର୍ବ ଦିଗରେ ଆଗକୁ ବଢ଼ିବ । ସମୁଦ୍ରରୁ ବଳ ଗୋଟାଇ ଅଧିକ ଶକ୍ତିଶାଳୀ ହେବ ମୋକା । ଦୃଶ୍ୟମାନ ହୋଇଛି ବାତ୍ୟା ମୋକାର ଆଖି । କାଲି ସନ୍ଧ୍ୟା ଭିତରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ହେବ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ବା ଅତି ଭୀଷଣ ବାତ୍ୟା

କେନ୍ୟୁଜ୍(ବ୍ୟୁରୋ): ଆହୁରି ଉଗ୍ର ହେଲା ବାତ୍ୟା । ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେଲା ମୋକା । ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ପରେ ଧୀରେ ଧୀରେ ରିକର୍ଭ କରିବ ମୋକା । ଉତ୍ତର-ଉତ୍ତର ପୂର୍ବ ଦିଗରେ ଆଗକୁ ବଢ଼ିବ । ସମୁଦ୍ରରୁ ବଳ ଗୋଟାଇ ଅଧିକ ଶକ୍ତିଶାଳୀ ହେବ ମୋକା । ଦୃଶ୍ୟମାନ ହୋଇଛି ବାତ୍ୟା ମୋକାର ଆଖି । କାଲି ସନ୍ଧ୍ୟା ଭିତରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ହେବ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ବା ଅତି ଭୀଷଣ ବାତ୍ୟା । ସେତେବେଳେ ଏହାର ତୀବ୍ରତା ଢ଼େର ଅଧିକ ରହିବ ।

୧୩ ତାରିଖ ସଂଧ୍ୟାରେ ବାତ୍ୟାର ତୀବ୍ରତା ସର୍ବାଧିକ ରହିବ । ୧୪ ମଧ୍ୟାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟରୁ ୧୬୦ କିଲୋମିଟର ରହିବ । ଝଟକା ପବନ ଘଣ୍ଟା ପ୍ରତି ୧୭୫ କିଲୋମିଟର ରହିବ ବୋଲି ଆଇଏମଡି ଆକଳନ କରିଛି । ପୋର୍ଟ ବ୍ଲେଆର୫୨୦ କିଲୋମିଟର ଓ ବାଂଲାଦେଶର କକ୍ସ ବଜାରଠାରୁ ୧୧୦୦ କିଲୋମିଟର ଦୂରରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.