ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ବିବାହ କରିଛନ୍ତି ସ୍ୱାମୀ: ବ୍ଲକ ଅଫିସ ଆଗରେ ଶ୍ୱଶୁର ଗାଡି ଅଟକାଇ ପ୍ରତିବାଦ କଲେ ବୋହୂ

କରଞ୍ଜିଆ (କେନ୍ୟୁଜ): ଅଜା ଶଶୁର ଗାଡ଼ି ଆଗରେ ବହୁର ଅଭିନବ ପ୍ରତିବାଦ । ଏପରି ଘଟଣା ସାମ୍ନାକୁ ଆସିଛି କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ ବ୍ଲକ ସମ୍ମୁଖରୁ । ଆଜି ଅପରାହ୍ନ ସମୟରେ ଏପରି ଅଭାବନୀୟ ଘଟଣା କରଞ୍ଜିଆ ବ୍ଲକରୁ ଆସିଛି । ଦୀପ୍ତିମୋୟୀ ମହାକୁଡ଼ ନାମକ ଜୈନେକ ମହିଳା ଆଜି ନିଜ ସ୍ୱାମୀ ଗଣେଶ ମହାକୁଡ଼ଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିବା ପାଇଁ କରଞ୍ଜିଆକୁ ଥାନା ଆସୁଥିବା ସମୟରେ ଅଜାଶଶୁରଙ୍କୁ ଫୋନ କରି ଏସମ୍ପର୍କରେ ସୂଚନାପ୍ରଦାନ କରିଥିଲେ ଏବଂ କରଞ୍ଜିଆ ଥାନାକୁ ଆସିବା ପାଇଁ କହିଥିଲେ।

ହେଲେ ଅଜା ଶଶୁର ମୁଁ ଘରେ ନାହିଁ ମୁଁ ଚିକିତ୍ସା ହବାପାଇଁ ଭୁବନେଶ୍ଵର ଆପୋଲୋ ହସ୍ପିଟାଲ ଆସିଛି କହିଥିଲେ । ହେଲେ ଦୀପ୍ତିମୟୀ ନିଜ ବାପା ଏବଂ ମାଙ୍କ ସହିତ କରଞ୍ଜିଆ ଥାନାକୁ ଆସୁଥିବା ସମୟରେ ଅଜା ଶଶୁରଙ୍କୁ କରଞ୍ଜିଆ ବ୍ଲକ ସମ୍ମୁଖରେ ଦେଖି ଗାଡ଼ି ଆଗକୁ ଆସି ଅଭିନବି ପ୍ରତିବାଦ କରିଥିଲେ । ତେବେ ଏପରି ପ୍ରତିବାଦ ଦେଖି ସେଠାରେ ଶହ ଶହ ଲୋକ ରୁଣ୍ଡ ହେବା ସହିତ ପୋଲିସ ମଧ୍ୟ ଆସି ଇନ୍ଦ୍ର ମହାକୁଡ଼କୁ ସେଠାରୁ ଥାନାକୁ ଆଣି ପଚରାଉଚରା କରିବାପରେ ଜଣା ପଡିଲା କି ଇନ୍ଦ୍ରମହାକୁଡ଼ର ନାତି ଗଣେଶ ମହାକୁଡ଼ ଦ୍ୱିତୀୟ ବିବାହ କରିଥିବା ଘଟଣାକୁ ନେଇ ଏପରି ଅଭିନବ ପ୍ରତିବାଦ କରିଥିଲେ ।

ଦୀପ୍ତି ଏବଂ ଗଣେଶଙ୍କ ଔରସରୁ ଏକ ୪ବର୍ଷର ଶିଶୁକନ୍ଯା ମଧ୍ୟ ଥିବାବେଳେ ଦୀପ୍ତିମୟୀକୁ ଶଶୁର ଘରଲୋକେ ବହୁସମୟରେ ର୍ନିଯ୍ଯାତନା ଦେବା ଟଙ୍କା ପଇସା ଡିମାଡ଼ କରିଥିବା ବେଳେ ବାପଘର ଲୋକ ଦେଇ ନ ପରିବାରୁ ଜୀବନରେ ମାରିଦେବା ପାଇଁ ଚେଷ୍ଟା କରିଥିଲେ । ଫଳରେ ପରିବାର ଲୋକେ ମିସି କେନ୍ଦୁଝର ବାରିଆ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ହେଲେ ଗତ ୧୫/୫ ରେ ଗଣେଶ ଅନ୍ଯ ଏକ ଝିଅକୁ ମନ୍ଦିରରେ ବିବାହ କରିଥିବା ଜାଣି ଆଜି ଏହାର ଲିଖିତ ଅଭିଯୋଗ ପାଇଁ କରଞ୍ଜିଆ ଆସୁଥିବା ସମୟରେ ଏପରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ଯ ଚକିତ କରିଥିଲା । ତେବେ ଆଜି ଏପରି ପ୍ରତିବାଦ କରିବା ସହିତ ନ୍ଯାୟ ଦାବି କରି ବାପା,ମାଙ୍କ ସହିତ କରଞ୍ଜିଆ ଥାନାର ଦ୍ୱାରସ୍ଥ ହଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.