ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର, ସାଲେପୁର ପୋଲିସର ତଦନ୍ତ ଜାରି

ସାଲେପୁର : ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର । ସାଲେପୁର ନାଳିଆମୁହଁ ଚାଖୁଣ୍ଡା ଜଙ୍ଗଲ ପରିସରରୁ ମୃତଦେହ ଉଦ୍ଧାର ହୋଇଛି। ବେକରେ ଦୁହେଁ ରଶି ଲଗାଇ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ସ୍ଥାନୀୟ ଅଲିପୁର ଗାଁର ପବିତ୍ର ସାମଲଙ୍କ ଏକ ମାତ୍ର ବିବାହିତ ପୁଅ ମନୋଜ ସାମଲ ଅନ୍ୟ ଜଣେ ଝିଅ ସହ ବେକରେ ରଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ।
ଘରେ ମନୋଜଙ୍କ ସ୍ତ୍ରୀ ଓ ତିନି ବର୍ଷର ପିଲା ଥିବାବେଳେ ଅନ୍ୟ ଜଣେ ଝିଅ ସଙ୍ଗେ ଦୁହେଁ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଛି । ହତ୍ୟା ନା ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ତଦନ୍ତ କରୁଛି ସାଲେପୁର ପୋଲିସ।