ମୟୂରଭଞ୍ଜ : ଗଣେଶ ମୂର୍ତ୍ତି ଭସାଣ ବେଳେ ଭାସିଗଲେ ୪ ଜଣ । ୨ ଶିକ୍ଷକ ଉଦ୍ଧାର । ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର। ଦୀର୍ଘ ୪ ଘଣ୍ଟା ପରିଶ୍ରମ କରିବା ପରେ କେନାଲରୁ ଉଦ୍ଧାର କରିବାକୁ ସକ୍ଷମ ହେଲେ ଓଡ୍ରାଫ୍ ଓ ଅଗ୍ନିଶମ କର୍ମଚାରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଭଞ୍ଜପୁର ଥାନା ଲକ୍ଷ୍ମୀପୋଷି ନିକଟ ସୁବର୍ଣ୍ଣରେଖା କେନାଲରେ ।
ନିଖୋଜ ମୃତଦେହ ଉଦ୍ଧାର ହେଲେ ଖୁଣ୍ଟା ସିଙ୍ଗଗଡ଼ିଆର ଛାତ୍ର ତନ୍ମୟ କୁମାର ବେହେରା ଓ ରାସଗୋବିନ୍ଦପୁର ଅଞ୍ଚଳର ଦିବ୍ୟଜ୍ୟୋତି ସାହୁ । ଓଡିଶା ଆଦର୍ଶ ବିଦ୍ୟାଳୟର ୨ ଛାତ୍ର ଲକ୍ଷ୍ମୀପୋଷି ସ୍ଥିତ ଘରୋଇ କୋଚିଂ ମେସରେ ରହି ପାଠପଢ଼ୁ ଥିଲେ । ସୁବର୍ଣ୍ଣରେଖା କେନାଲରେ ଗଣେଶ ମୂର୍ତ୍ତି ଭସାଇବା ବେଳେ କେନାଲରେ ଭାସିଯାଇଥିଲେ । ଅଧିକ ପାଣି ଥିବା କାରଣରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି ।