ଅନ୍ତିମ ଯାତ୍ରାରେ ନବ : ଭୁବନେଶ୍ୱର ବାସଭବନରେ ମନ୍ତ୍ରୀଙ୍କ ଦିଆଗଲା ଗାର୍ଡ ଅଫ୍‌ ଅନର

କେନ୍ୟୁଜ(ବ୍ୟୁରୋ) : ଆଜି ମନ୍ତ୍ରୀ ନବ ଦାସଙ୍କ ମର ଶରୀରକୁ ଭୁବନେଶ୍ୱର ସ୍ଥିତ ବାସଭବନରେ ମୁଖ୍ୟ ମନ୍ତ୍ରୀ ଶେଷ ଦର୍ଶନ କରିବା ପରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଛି । ପରେ ବିଜେଡି କାର୍ଯ୍ୟାଳୟରେ ମନ୍ତ୍ରୀଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଦଳୀୟ କର୍ମୀ, ସମର୍ଥକ ଓ ଶୁଭେଚ୍ଛୁ ତାଙ୍କର ଶେଷ ଦର୍ଶନ କରିଛନ୍ତି । ଏଠାରୁ ତାଙ୍କର ମର ଶରୀର ନିଜ କର୍ମ ଭୂମୀ ଝାରସୁଗୁଡା ଅଭିମୁଖେ ଭୁବନେଶ୍ୱର ବିମାନ ବନ୍ଦରକୁ ଯାତ୍ରା କରିଛି । ଝାରସୁଗୁଡା ନିଜ ଗାଁରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ୩ ଦିନ ରାଜ୍ୟ ବ୍ୟାପୀ ଶୋକ ପାଳନ କରାଯାଉଛି । ଆସନ୍ତାକାଲି ଯାଏ ଶୋକ ପାଳନ କରାଯାଉଥିବା ବେଳେ ଆଜି ଝାରସୁଗୁଡ଼ାରେ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ଗତକାଲି ଭୁବନେଶ୍ୱରରେ ଜାତୀୟ ପତାକା ଅର୍ଦ୍ଧନମିତ ରହିଥିଲା । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାରେ ନବ ଦାସଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ । ଏତିକିବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥିତ ରହିବେ ଅର୍ଥ ଓ ସଂସଦୀୟ ବ୍ୟାପାର, କୃଷି ଓ କୃଷକ ସଶକ୍ତିକରଣ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ । ସେମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ଅମର ଆତ୍ମାକୁ ଶେଷ ସମ୍ମାନ ଜଣାଇବେ ।