ତୁଟୁନି ବିବାଦ : ଯୁବତୀଙ୍କ ଶବକୁ ମିଳୁନି ମଶାଣି, ବିଭିନ୍ନ ହିନ୍ଦୁ ସଙ୍ଗଠନ ଓ ସ୍ଥାନୀୟ ଲୋକଙ୍କ ପ୍ରତିବାଦ

ଉମରକୋଟ( କେନ୍ୟୁଜ): ବିବାଦୀୟ ଶବକୁ ନେଇ ପୁଣି ପ୍ରଶାସନ ବିରୋଧରେ ରାତ୍ର ତମାମ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ହିନ୍ଦୁ ସଂଗଠନ। ପ୍ରଶାସନ ଏହି ଶବକୁ ଜନ ବସତି ନିକଟରେ ସଂସ୍କାର କରିବା ଯୋଗୁଁ ଏହି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବିବାଦୀୟ ଶବକୁ ନେଇ ଉମରକୋଟ ସହରରେ ରାସ୍ତା ରୋକ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଲା । ଗତ କାଲି ଡଙ୍ଗରି ସାହିର ଜଣେ ଯୁବତୀ ପୁଷ୍ପାଞ୍ଜଳି ବାଘଙ୍କ ମୃତ୍ୟୁ ଘଟିଥିଲା । ଶବ ସଂସ୍କାର ପାଇଁ ସ୍ଥାନ ନମିଳିବାରୁ ଘଟଣାକୁ ନେଇ ପରିବାର ବର୍ଗ ଗତକାଲି ଉମରକୋଟ ଠାରୁ ଛତିଶଗଡ଼କୁ ସଂଯୋଗ କରୁଥିବା ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ପରେ ପ୍ରଶାସନର ସହାୟତାରେ ଶବକୁ ନେଇ DNK ସ୍ଥିତ ଏକଟା ଗୁଡ଼ା ନିକଟରେ ରାସ୍ତା କଡ଼ରେ ଶବ ପୋତି ଦେଇଥିଲେ ।

ଏହି ଶବ ପୋତାକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ଓ ହିନ୍ଦୁ ସଂଗଠନ ପକ୍ଷରୁ ଗତ ରାତି ଠାରୁ ଉମରକୋଟର ନବରଙ୍ଗପୁରରୁ ଉମରକୋଟକୁ ସଂଯୋଗ କରୁଥିବା ୩୯ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ଵ ରେ ଅନେକ ଗାଡ଼ି ମଟର ଅଟକ ରହିବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଉମରକୋଟ ରେ ଗୋଟିଏ ଘଟଣା କୁ ନେଇ ଦୁଇ ଦୁଇ ଥର ରାସ୍ତା ରୋକ୍ ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଉକ୍ତ ସ୍ଥାନ ରୁ ଶବକୁ ବାହାର କରି ଅନ୍ୟ ସ୍ଥାନରେ ପୋତିବା ପାଇଁ ଜିଦ୍ ଧରି ବସିଛନ୍ତି ସ୍ଥାନୀୟ ବାସିନ୍ଦା । ସମସ୍ୟା ର ସମାଧାନ ନ ହେବାଯାଏ ରାସ୍ତାରୋକ ରୁ ହଟିବେ ନାହିଁ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।

ଏହି ସମ୍ପୂର୍ଣ୍ଣ ଘଟଣା ପାଇଁ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଯେତେ ବେଳ ଯାଏ ପୋତା ଯାଇଥିବା ଶବକୁ ବାହାର କରି ଅନ୍ୟ ସ୍ଥାନରେ ପୋତା ନଯିବ ସେତେବେଳ ଯାଏଁ ରାସ୍ତାରୁ ହଟିବେ ନାହିଁ ବୋଲି ଜିଦ୍ ଧରି ରହିଛନ୍ତି । ଅନ୍ୟ ପକ୍ଷେ ରାସ୍ତା ର ଉଭୟ ରେ ପାର୍ଶ୍ଵ ରେ ଅନେକ ଗାଡ଼ି ଅଟକି ରହିଛି । ଫଳରେ ଦୁର ଦୁରାନ୍ତର କୁ ଯିବାକୁ ଥିବା ଟ୍ରକ୍ ସହ ଡ୍ରାଇଭର ଫସି ରହିଛନ୍ତି । ବିଭିନ୍ନ ସ୍ଥାନକୁ ଯାତାୟାତ ଠପ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.