ବ୍ରହ୍ମପୁର : କାଲି ମାରିଥିଲା, ଆଜି ମରିଗଲା । ଚିକିତ୍ସାଧୀନ ଅବସ୍ଥାରେ ହତ୍ୟା କରିଥିବା ଭାଇର ମୃତ୍ୟୁ । ଭଉଣୀକୁ ଆକ୍ରମଣ କରିଥିବା ବଡ଼ବାପା ପୁଅ ଭାଇର ମୃତ୍ୟୁ ହୋଇଛି । ବ୍ରହ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଅଭିଯୁକ୍ତ ଆଶୁତୋଷ ପାଣିଗ୍ରାହୀର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ ଗତକାଲି ବଡ଼ବଜାର ଥାନା ଜଗନ୍ନାଥ ବିହାରରେ ରାଖୀରେ ନାବାଳକ ଭାଇ ଓ ନାବାଳିକା ଭଉଣୀକୁ ଖଣ୍ଡାରେ ଆକ୍ରମଣ କରିଥିଲା ସମ୍ପର୍କୀୟ ଭାଇ । ଘଟଣାସ୍ଥଳରେ ୧୩ ବର୍ଷର ଭଉଣୀ ପ୍ରଜକ୍ତା ପାଣିଗ୍ରାହୀର ମୃତ୍ୟୁ ହୋଇଥିଲା । ଆକ୍ରମଣରେ ମୃତକଙ୍କ ଭାଇ ଗୁରୁତର ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛି । ସେପଟେ ଆକ୍ରମଣ କରିବା ପରେ ବସ୍ ଆଗକୁ ଡେଇଁ ଜୀବନ ହରିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ ଆଶୁତୋଷ ପାଣିଗ୍ରାହୀ । ଗୁରୁତର ଅବସ୍ଥାରେ ତାକୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ବଡ଼ବଜାର ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାକ୍ଷୀ ପୂର୍ଣ୍ଣିମା ପରି ପବିତ୍ର ଦିନରେ କେଉଁ କାରଣରୁ ଛୁରା ମାଡ଼ ହେଲା, ତାହା ଉପରେ ପୋଲିସ୍ ତଦନ୍ତ ଚଳାଇଛି ।